ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଜୁନ ୨୦ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁଯାଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ଡ୍ରୋନ ଉଡ଼ିବା ଉପରେ କଟକଣା ଜାରି କରିଛି ପୁରୀ ପୋଲିସ ପ୍ରଶାସନ। ନିୟମ ଉଲ୍ଲଘଂନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ଅନ୍ୟ ପକ୍ଷରେ ଡିଜିସିଏର ଗାଇଡଲାଇନ ଅନୁସାରେ ପୁରୀ ଶ୍ରୀମନ୍ଦିର ରେଡ୍ ଜୋନରେ ରହଛି। ତେଣୁ ଏଠାରେ ଡ୍ରୋନ ଉଡ଼ିପାରିବ ନାହିଁ।

ଚଳିତ ବର୍ଷ ରଥଯାତ୍ରାରେ ସାମିଲ ହେବାକୁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଭିଡ଼ି ନିୟନ୍ତ୍ରଣ ସହ ଭକ୍ତଙ୍କ ସୁରକ୍ଷା ନିମନ୍ତେ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସୁରକ୍ଷା ଦୃଷ୍ଟିରୁ ନବଯୌବନ ଦର୍ଶନଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଡ୍ରୋନ୍ ଉଡାଣ ଉପରେ କଟକଣା ଜାରି କରିଛି ପୁରୀ ପୋଲିସ। ଶ୍ରୀମନ୍ଦିର ଉପରେ, ତିନି ରଥ ନିକଟରେ ଏବଂ ଗୁଣ୍ଡିଚା ମନ୍ଦିର ଉପରେ ଡ୍ରୋନ ଉଡ଼ାଣକୁ ବାରଣ କରାଯାଇଛି। ନିୟମରେ ଖିଲାପ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବୋଲି କୁହାଯାଇଛି।

Tags: #Puri #RathaYatra #CarFestival #DroneBan #Badabanda

Comment