ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଭଳି ଗୁଜୁରାଟର ଅହମ୍ମଦାବାଦରେ ଗୁରୁବାର ରଥଯାତ୍ରା ଆରମ୍ଭ ହୋଇଛି। ଏଠାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ୧୪୨ତମ ରଥଯାତ୍ରା କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି। ରଥ ଗଡ଼ିବା ପୂର୍ବରୁ ଲକ୍ଷାଧିକ ଭକ୍ତଙ୍କ ଗହଣରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ଛେରା ପହରାଁ ବିଧି ସମ୍ପନ୍ନ କରିଥିଲେ। ଏହାପରେ ଭକ୍ତଗଣ ମହା ଆନନ୍ଦରେ ରଥ ଟାଣିଥଲେ।

ସେହିପରି ଉପମୁଖ୍ୟମନ୍ତ୍ରୀ ନିତିନଭାଇ ପଟେଲ ମଧ୍ୟ ସମସ୍ତଙ୍କ ସୁଖ ସମୃଦ୍ଧି ପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପୂଜା ଅର୍ଚ୍ଚନା କରିଛନ୍ତି। ଏହାପୂର୍ବରୁ ଭୋର ୪ଟାରୁ ଗୃହମନ୍ତ୍ରୀ ଅମିତ ଶାହ ପ୍ରଭୁଙ୍କ ଦର୍ଶନ କରିଥଲେ।

ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ଯାତ୍ରା ଆରମ୍ଭ ହୋଇଛି। ଭକ୍ତଙ୍କ ସୁରକ୍ଷା ପାଇଁ ୨୫ ହଜାର ସୁରକ୍ଷାକର୍ମୀ ମୁତୟନ ଅଛନ୍ତି। ରଥଯାତ୍ରା ଉପରେ ନଜର ରଖିବା ପାଇଁ ସିସଟିଭିର ବ୍ୟବହାର କରାଯାଇଛି।

Comment