ଓଡ଼ିଶାଲାଇଭ୍ ବ୍ୟୁରୋ

ରିଟର୍ଣ୍ଣ ଫାଇଲ କରୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ରିଟର୍ଣ୍ଣ ଫାଇଲ୍ ବେଳେ ଏଣିକି ଆଧାର କିମ୍ବା ପାନ୍ କାର୍ଡ ବାଧ୍ୟତାମୂଳକ ହେବ ନାହିଁ ବୋଲି ବଜେଟ ଉପସ୍ଥାପନ ବେଳେ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଯଦି ଜଣକ ପାଖରେ ଆଧାର କାର୍ଡ ନାହିଁ ତାହାଲେ ସେ ପାନ୍ ଜରିଆରେ ରିଟର୍ଣ୍ଣ ଫାଇଲ୍ କରିପାରିବ। ସେହିପରି ଯଦି ଜଣକ ପାଖରେ ପାନ୍ ନାହିଁ ତେବେ ଆଧାର ଜରିଆରେ ମଧ୍ୟ ସେ ରିଟର୍ଣ୍ଣ ଫାଇଲ୍ କରିପାରିବ।

ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ଟିକସଦାତାଙ୍କୁ ପ୍ରଶଂସା କରିଛନ୍ତି।

ଅର୍ଥମନ୍ତ୍ରୀ କହିଛନ୍ତି, ‘‘୨୦୧୩-୧୪ରେ ପ୍ରତ୍ୟକ୍ଷ ଟିକସର ପରିମାଣ ୬.୩୮ ଲକ୍ଷ କୋଟି ଥିଲା। କିନ୍ତୁ ଏହା ୧୧.୩୭ ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ୨୫୦ କୋଟି ଟଙ୍କା ଆୟ କରୁଥିବା କମ୍ପାନିକୁ ୨୫ ପ୍ରତିଶତ କର୍ପୋରେଟ ଟିକସ ଦେବାକୁ ପଡୁଥିଲା। କିନ୍ତୁ ଏବେ ଏହାକୁ ୪୦୦ କୋଟିକୁ ବଢ଼ାଇ ଦିଆଯାଇଛି। ଫଳରେ ୯୯.୩ ପ୍ରତିଶତ କମ୍ପାନି ସାମିଲ ହୋଇପାରିବେ।’’

ପୂର୍ବପରି  ୫ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ କୌଣସି ଟିକସ ବ୍ୟବସ୍ଥା ରହିବ ନାହିଁ। ଯେଉଁମାନଙ୍କର ଆୟ ୨ରୁ ୫ କୋଟି ଏବଂ ୫ କୋଟିରୁ ଅଧିକ ସେମାନେ ଦେଶର ବିକାଶ ପାଇଁ ଅଧିକ ଟିକସ ଦେବେ।

୨ରୁ ୫ କୋଟି ଆୟ ଯାଏଁ ଟିକସ ସହ ୩ ପ୍ରତିଶତ ସରଚାର୍ଜ, ୫ କୋଟିରୁ ଅଧିକ ଆୟ କରୁଥିବା ବ୍ୟକ୍ତି ଟିକସ ସହ ୭ ପ୍ରତିଶତ ସରଚାର୍ଜ ଦେବେ।

Comment