ଓଡ଼ିଶାଲାଇଭ ବ୍ୟୁରୋ

ଲଣ୍ଡନର ଲିଡ୍‌ସ ଗ୍ରାଉଣ୍ଡରେ ଚାଲିଥିବା ଭାରତ-ଶ୍ରୀଲଙ୍କା ମ୍ୟାଚରେ ଶ୍ରୀଲଙ୍କା ଟିମ୍ ଭାରତକୁ ୨୬୫ ରନର ଟାର୍ଗେଟ ଦେଇଛି। ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ଆସିଥିବା ଶ୍ରୀଲଙ୍କା ଟିମ୍ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୬୪ ରନ କରିଥିଲା।

ଶ୍ରୀଲଙ୍କା ଟିମ୍‌ର ଏଞ୍ଜେଲୋ ମାଥ୍ୟୁଜ ୧୧୩ ରନ୍ କରିଥିଲେ। ଲହିରୁ ଥିରିମାନେ ୫୩ ରନ୍ କରିଥିଲେ। ଭାରତ ପକ୍ଷରୁ ଜସପ୍ରୀତ ବୁମରାହ ୩ଟି ୱିକେଟ ନେଇଥିବା ବେଳେ ଭୁବନେଶ୍ୱର, ହାର୍ଦ୍ଦିକ, କୁଲଦୀପ ଏବଂ ଜାଡେଜା ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ।

ମ୍ୟାଚ ଆରମ୍ଭରୁ ୪ ୱିକେଟ ହରାଇ ଶ୍ରୀଲଙ୍କା ଟିମ୍ ସଂଘର୍ଷ କରିଥିଲା। କିନ୍ତୁ ଏଞ୍ଜେଲୋ ମାଥ୍ୟୁଜ ଏବଂ ଲାହିରୁ ଥିରିମାନ ସ୍ଥିତି ମଜଭୁତ କରିଥିଲେ।

Comment