ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି ପ୍ରଥମ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ ହୋଇଛି। ଚଳିତବର୍ଷ କୋଟାରେ ୧୨୧୮ ସିଟ୍ ପାଇଁ ନାମଲେଖା ହେବ। ପ୍ରଥମ ପର୍ଯ୍ୟାୟରେ ୧୧୬୪ ସିଟ୍ ପାଇଁ ଆଲଟମେଣ୍ଟ ହୋଇଛି।

ଜୁଲାଇ ୬ରୁ ୧୦ ତାରିଖ ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀ ଭୁବନେଶ୍ୱର ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ ଅଫିସରେ ପ୍ରୋଭିଜନାଲ ନାମଲେଖାଇ ପାରିବେ।

ଆଜି ପ୍ରଥମ ଦିନରେ କଟକ ଏସ୍‌ସିବି ମେଡିକାଲ କଲେଜ ପାଇଁ ପ୍ରୋଭିଜିନାଲ ଆଡମିସନ୍ ଭୁବନେଶ୍ୱର ଓଜେଇଇଙ୍କ କାର୍ଯ୍ୟାଳୟରେ କରାଯାଉଛି।

୨୦୧୯-୨୦ ଶିକ୍ଷାବର୍ଷରେ ରାଜ୍ୟରେ ମୋଟ୍ ୧୪୦୦ ସିଟ୍ ରହିଛି।

LEAVE A REPLY

Please enter your comment!
Please enter your name here