ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି ବିଶ୍ୱକପ ୨୦୧୯ର ୪୪ ତମ ମ୍ୟାଚ୍‌ରେ ଶନିବାର ଭାରତ ଭେଟିଛି ତା’ର ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କାକୁ। ଲଣ୍ଡନର ଲିଡ୍ସଠାରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।

ଚଳିତ ବିଶ୍ୱକପରେ ଶ୍ରୀଲଙ୍କା ସେମିଫାଇନାଲ ରେସ୍‌ରୁ ବାଦ ପଡ଼ିଛି। ଆଜିର ମ୍ୟାଚ୍‌ ଶ୍ରୀଲଙ୍କା ପାଇଁ ଶେଷ ମ୍ୟାଚ୍‌। ତେବେ ଆଜିର ମ୍ୟାଚ୍‌ରେ ଭାରତକୁ ହରାଇ ନିଜ ସମ୍ମାନ ବଞ୍ଚାଇବାକୁ ଚେଷ୍ଟା କରିବ ଶ୍ରୀଲଙ୍କା। ଅନ୍ୟପଟେ ଭାରତ ସେମିଫାଇନାଲରେ ପହଞ୍ଚିସାରିଛି।

ଆଜିର ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ପ୍ଲେଇଙ୍ଗ୍‌ ଇଲେଭେନ୍‌ରେ ଦୁଇଟି ପରିବର୍ତ୍ତନ ଦେଖାଦେଇଛି। ମ୍ୟାଚ୍‌ରେ ଜୁଜୁବେନ୍ଦ୍ର ଚହଲଙ୍କ ସ୍ଥାନରେ କୁଳଦୀପ ଯାଦବଙ୍କୁ ସୁଯୋଗ ମିଳିଛି। ସେହିପରି ମହମ୍ମଦ ସାମିଙ୍କ ସ୍ଥାନରେ ରବିନ୍ଦ୍ର ଜାଡ଼େଜାଙ୍କୁ ଟିମ୍‌ରେ ଏଣ୍ଟ୍ରି ମିଳିଛି।

Comment