ଓଡ଼ିଶାଲାଇଭ୍ ବ୍ୟୁରୋ

ବିମାନ ଚଳାଚଳ, ମିଡିଆ ଏବଂ ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ ବୃଦ୍ଧି ପ୍ରସ୍ତାବ।

  • ବୀମା ମଧ୍ୟସ୍ଥଙ୍କ ପାଇଁ ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି ନିବେଶ ଅନୁମତି ପ୍ରସ୍ତାବ
  • ସିଙ୍ଗଲ ବ୍ରାଣ୍ଡ ଖୁଚୁରା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ପାଇଁ ଆଂଚଳିକ ସମ୍ବଳ ଉପଯୋଗ ନିୟମରେ କୋହଳ ପ୍ରସ୍ତାବ
  • ଏଫପିଆଇ ଲାଗି ପ୍ରଚଳିତ କେୱାଇସି ନିୟମକୁ ନିବେଶକମାନଙ୍କ ପାଇଁ ସୁଗମ କରାଯିବ

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପିତ କରିଛନ୍ତି। ବଜେଟରେ ସୀତାରମଣ ଘୋଷଣା କରିଛନ୍ତି ଯେ ସରକାର ବିଦେଶୀ ପୁଞ୍ଜି ବିନିଯୋଗ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିବେ। ସିଙ୍ଗଲ ବ୍ରାଣ୍ଡ ରିଟେଲରେ ବିଦେଶୀ ପୁଞ୍ଜି ବଢ଼ିବ। ମିଡିଆରେ ମଧ୍ୟ ବିଦେଶୀ ପୁଞ୍ଜି ବିନିଯୋଗ ପାଇଁ ଅନୁମତି ମିଳିବ।

ଅର୍ଥମନ୍ତ୍ରୀ କହିଲେ ଯେ ୟୁଏନସିଟିଏଡିର ବିଶ୍ୱ ନିବେଶ ରିପୋର୍ଟ ଅନୁଯାୟୀ ୨୦୧୮-୧୯ରେ ୬୪.୩୭୫ ବିଲିଅନ ଆମେରିକୀୟ ଡଲାର ଏଫଡିଆଇ ଭାରତକୁ ଆସିଥିଲା। ଗତ ବର୍ଷ ତୁଳନାରେ ଏଥିରେ ୬ ପ୍ରତିଶତ ବୃଦ୍ଧି ହୋଇଛି।

ବୀମା ମଧ୍ୟସ୍ଥଙ୍କ କ୍ଷେତ୍ରରେ ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି ନିବେଶ ଲାଗି ଚିନ୍ତା କରାଯାଉଛି।

ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି ନିବେଶ ୨୦୧୮ରେ ଶତକଡ଼ା ୧୩ ପ୍ରତିଶତ ହ୍ରାସ ହୋଇଛି। ୨୦୧୬ରେ ଏହା ୧.୫ ଟ୍ରିଲିଅନ ଆମେରିକୀୟ ଡଲାର ଥିଳାବେଳେ ୨୦୧୭ରେ ଏହା ୧.୩ ଟ୍ରିଲିଅନ ଆମେରିକୀୟ ଡଲାରକୁ ହ୍ରାସ ପାଇଛି। କ୍ରମାଗତ ତୃତୀୟ ବର୍ଷ ପାଇଁ ଏଥିରେ ହ୍ରାସ ଘଟିଛି।

୧) ବିମାନ ଚଳାଚଳ, ଗଣମାଧ୍ୟମ (ଆନିମେସନ, ଏଭିଜିସି) ଏବଂ ବୀମା କ୍ଷେତ୍ରରେ ବୈଦେଶିକ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ବୃଦ୍ଧି କରିବା ପାଇଁ ସରକାର ସମସ୍ତ ଅଂଶୀଦାରମାନଙ୍କ ସହ ପରାମର୍ଶ କ୍ରମେ ବିଭିନ୍ନ ପ୍ରସ୍ତାବର ପରୀକ୍ଷଣ କରିବେ।

୨) ବୀମା ମଧ୍ୟସ୍ଥଙ୍କ ପାଇଁ ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶର ଅନୁମତି ପ୍ରଦାନ କରାଯିବ।

୩) ସିଙ୍ଗଲ ବ୍ରାଣ୍ଡ ଖୁଚୁରା ବିକ୍ରୟ କ୍ଷେତ୍ରରେ ଏଫଡିଆଇ ପାଇଁ ଆଞ୍ଚଳିକ ସମ୍ବଳର ବ୍ୟବହାର ନିୟମକୁ କୋହଳ କରାଯିବ।

୪) REITs ଓ InviTs ଦ୍ୱାରା ତାଲିକା ଭୁକ୍ତ ଋଣ ପ୍ରତିଭୂତିଗୁଡ଼ିକର ଗ୍ରାହକତା ପାଇଁ ଏଫଡିଆଇଗୁଡ଼ିକୁ ଅନୁମତି ପ୍ରଦାନ କରାଯିବ।

ଏଥିରେ ପ୍ରମୁଖ ଶିଳ୍ପପତି/କର୍ପୋରେଟ ମୁଖ୍ୟ, ପ୍ରମୁଖ ପେନ୍‌ସନ୍‌/ବୀମା, ସାର୍ବଭୌମ ସମ୍ପଦ ଅନୁଦାନ ଏବଂ ପ୍ରମୁଖ ଡିଜିଟାଲ ବୈଷୟିକ ଜ୍ଞାନ/ଭେଞ୍ଚର ଅନୁଦାନ ଆଦି ଏଥିରେ ସାମିଲ ହେବେ।

କେନ୍ଦ୍ର ବଜେଟ ୨୦୧୯-୨୦ ଏକ କମ୍ପାନିରେ ଏଫପିଆଇ ନିବେଶର ବୈଧାନିକ ସୀମାକୁ ୨୪ ପ୍ରତିଶତରୁ କ୍ଷେତ୍ରୀୟ ବୈଦେଶିକ ନିବେଶ ସୀମା ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ପ୍ରଦାନ କରିଛି।

ଭାରତୀୟ ଅଂଶଧନକୁ ପ୍ରବାସୀମାନଙ୍କ ଅବାଧ ଅବଦାନ ଲାଗି ପ୍ରବାସୀ ପୋର୍ଟଫୋଲିଓ ନିବେଶ ରୁଟ ଓ ବୈଦେଶିକ ପୋର୍ଟଫୋଲିଓ ନିବେଶ ରୁଟକୁ ଏକାଠି କରିବା ପାଇଁ ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି।

Comment