ଓଡ଼ିଶାଲାଇଭ ବ୍ୟୁରୋ

ହରିୟାଣାର ଖ୍ୟାତନାମା ଡ୍ୟାନ୍ସର ସପ୍‌ନା ଚୌଧୁରୀ ବିଜେପିରେ ସାମିଲ ହୋଇଛନ୍ତି। ରବିବାର ଦିନ ଦିଲ୍ଲୀସ୍ଥିତ ବିଜେପି ଅଫିସରେ ସଦସ୍ୟତା ଗ୍ରହଣ କରିଛନ୍ତି ସପ୍‌ନା। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିଓ୍ୱାରୀଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ବିଜେପି ସଦସ୍ୟତା ଗ୍ରହଣ କରିଛନ୍ତି।

ବିଜେପିର ଏବେ ମେଗା ସଦସ୍ୟ ସଂଗ୍ରହ ଅଭଯାନ ଚାଲିଥିଲା ବେଳେ ଏହି ଅବସରରେ ଦଳରେ ସାମିଲ ହୋଇଛନ୍ତି ଏହି ଲୋକପିୟ ସେଲିବ୍ରିଟି।

ସପ୍‌ନା ବିଜେପିରେ ମିଶିବା ପରେ ଆଗାମୀ ଦିନରେ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତାଙ୍କୁ ଦଳ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ଯେହେତୁ ହରିୟାଣାରେ ସପ୍‌ନାଙ୍କର ଲକ୍ଷାଧିକ ଫ୍ୟାନ୍ସ ରହିଛନ୍ତି ଏହି ଦୃଷ୍ଟିରୁ ଦଳକୁ ଫାଇଦା ହୋଇପାରେ।

୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସପ୍‌ନା କଂଗ୍ରେସରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ସେ କଂଗ୍ରେସରେ ସାମିଲ ହୋଇ ନଥିଲେ। ନିର୍ବାଚନ ସମୟରେ ସେ ବିଜେପି ଲାଗି ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା।

Comment