ଓଡ଼ିଶାଲାଇଭ୍ ବ୍ୟୁରୋ

ବଡ଼ଭାଇ ଭଉଣୀଙ୍କ ସହ ଜନ୍ମବେଦୀକୁ ଯାତ୍ରା କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଶ୍ରୀମନ୍ଦିର ରତ୍ନସିଂହାସନରୁ ଯାଇ ଆଡ଼ପମଣ୍ଡପରେ ବିଜେ କରିଛନ୍ତି ମହାପ୍ରଭୁ। ଏଥିପାଇଁ ଲକ୍ଷ୍ମୀ ରୋଷ ପ୍ରକଟ କରିଛନ୍ତି।

ହେରାପଞ୍ଚମୀ ତିଥିରେ ମା’ ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ଯାଇଥାନ୍ତି। ଜଗନ୍ନାଥ ତାଙ୍କୁ ସାଥୀରେ ନ ନେଇ ଗୁଣ୍ଡିଚା ଯାତ୍ରା କରିଥିବାରୁ ଲକ୍ଷ୍ମୀ ରୋଷ ପ୍ରକଟ କରିଥାନ୍ତି।  ଫେରିବା ବେଳେ ରାଗରେ ଲକ୍ଷ୍ମୀ ନନ୍ଦିଘୋଷ ରଥର ଚକ ଭାଙ୍ଗିବା ପରମ୍ପରା ରହିଛି। ଗୋପନରେ ଯାଇ ମହାଲକ୍ଷ୍ମୀ ନନ୍ଦିଘୋଷ ରଥ ଚକ ଭାଙ୍ଗିବାକୁ ସ୍ଥିର କରିଛନ୍ତି।

ଆଜି ସନ୍ଧ୍ୟାଧୂପ ପୂଜା ପରେ ସେବକମାନେ ମହାଲକ୍ଷତମୀଙ୍କୁ ନୂଆ ବସ୍ତ୍ର, ଅଳଙ୍କାର ଫୁଲରେ ବେଶ କରାଇବେ। ହେରାଗୋହରୀ ସାହି ଦେଇ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବେ। ସେଠାରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ଶ୍ରୀଜୀଉଙ୍କ ଅଙ୍ଗଲାଗି ଆଜ୍ଞାମାଳ ଲକ୍ଷ୍ମୀଙ୍କୁ ପ୍ରଦାନ କରାଯିବ। ଦଶମୀରେ ବାହୁଡ଼ା ବିଜେ କରିବାକୁ ମହାପ୍ରଭୁ ପ୍ରତିଶ୍ରୁତି ଦେବା ପରେ ମହାଲକ୍ଷ୍ମୀ ଫେରିବେ। ଶ୍ରୀମନ୍ଦିର ଫେରିବା ସମୟରେ ନନ୍ଦିଘୋଷ ରଥର ଚକ ଭାଙ୍ଗିବାର ପରମ୍ପରା ରହିଛି।

Comment