ଓଡ଼ିଶାଲାଇଭ ବ୍ୟୁରୋ


ମଙ୍ଗଳବାର ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ। ବିରାଟ କୋହଲି ଓ କେନ ଓ୍ଵିଲିୟମସନ ଏହି ଦୁଇ ଦଳର ନେତୃତ୍ଵ ନେଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଚି ଯେ, ୧୧ବର୍ଷ ତଳେ ୧୯ବର୍ଷରୁ କମ ବିଶ୍ଵକପ ସେମିଫାଇନାଲରେ ମଧ୍ୟ ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା ହୋଇଥିଲା ଓ ଏଥିରେ ମଧ୍ୟ ବିରାଟ ଓ ଓ୍ଵିଲିୟମସନ ଦଳର ନେତୃତ୍ଵ ନେଇଥିଲେ।

ମାଲେସିଆରେ ୨୦୦୮ରେ ଖେଳାଯାଇଥିବା ୧୯ବର୍ଷରୁ କମ ବିଶ୍ଵକପରେ ବିରାଟ ବାହିନୀ ୩ଓ୍ଵିକେଟରେ ନ୍ୟୁଜିଲାଣ୍ଡ ଦଳକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଶ୍ଵକପ ହାସଲ କରିଥିଲା। ତେବେ ଏଥର ମଧ୍ୟ ବିରାଟ କେହଲି ଏହି ମ୍ୟାଚ ଜିତି ଇତିହାସ ଦୋହରାଇବା ଲକ୍ଷ୍ୟରେ ରହିବେ।

କେବଳ ବିରାଟ କି ଓ୍ଵିଲିୟମସନ ନୁହେଁ ଏଥିରେ ଜାଡେଡା, ଟିମ ସାଉଦି ଓ ଟ୍ରେଣ୍ଟ ବୋଲ୍ଟ ମଧ୍ୟ ଖେଳିଥିଲେ ଯୋଉମାନେ ଏହି ମ୍ୟାଚରେ ମଧ୍ୟ ଖେଳୁଛନ୍ତି। ଦିନିକିଆ କ୍ରିକେଟରେ ନ୍ୟୁଜିଲାଣ୍ଡ ଅଷ୍ଟମଥର ଓ ଭାରତ ସପ୍ତମଥର ସେମିଫାଇନାଲରେ ପ୍ରବେଶ କରିଛି।

Comment