ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଜୁଲାଇ ୮ ତାରିଖରୁ ଚାଲିଥିବା ଶ୍ରୀ ଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି’ର ଆଜି ହେଉଛି ଉଦଯାପନୀ ସନ୍ଧ୍ୟା। ଦେଶ ବିଦେଶର ଦର୍ଶକମାନଙ୍କୁ ଏହି ସମାରୋହ ସହ ଯୋଡ଼ିବାର ଲକ୍ଷ୍ୟ ନେଇ ଗତ ଦୁଇଟି ସନ୍ଧ୍ୟା ପରି ଶେଷ ସନ୍ଧ୍ୟା କାର୍ଯ୍ୟକ୍ରମର ମଧ୍ୟ ଓଡ଼ିଶାଲାଇଭ୍‌ ୟୁଟ୍ୟୁବ ଚ୍ୟାନେଲରେ ସିଧାପ୍ରସାରଣ କରାଯାଉଛି।

Shri Jagannath Devotional Music Programme Guhari at Bhubaneswar during Rath Yatra 2019ଶେଷ ସନ୍ଧ୍ୟାର କାର୍ଯ୍ୟକ୍ରମରେ ଓଡ଼ିଶାର ପରିଚିତ ଗାୟକ ମହାପ୍ରସାଦ କର, ଲତା ଘୋଷ, ନାରାୟଣ ସାହୁ, ସ୍ୱାଗତିକା ପାଣିଗ୍ରାହୀ, ପଙ୍କଜ ଜାଲ୍, ଅର୍ଚ୍ଚନା ଜେନା, ଦେବାଶିଷ ମହାପାତ୍ର, ମୋନାଲିସା ରାଉତ, ଭିକାରି ମହମ୍ମଦ ଏବଂ ଇରା ମହାନ୍ତି ଭଜନ ପରିବେଷଣ କରୁଛନ୍ତି। ଏହି କାର୍ଯ୍ୟକ୍ରମ ରାତି ୧୦ଟା ଯାଏଁ ଚାଲିବ।

Shri Jagannath Devotional Music Programme Guhari at Bhubaneswar during Rath Yatra 2019ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଏହି ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ଗତ କିଛି ବର୍ଷ ଧରି ଆୟୋଜିତ ହୋଇ ଆସୁଛି। ଶ୍ରୀଗୁଣ୍ଡିଚାରୁ ବାହୁଡ଼ା ମଧ୍ୟରେ, ରଥଯାତ୍ରାର ପବିତ୍ର ଅବସରରେ ଏହାର ଆୟୋଜନ କରାଯାଉଛି।

ଆଜିର କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ସଂସ୍କୃତି ନିର୍ଦ୍ଦେଶକ ବିଜୟ ନାୟକ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଡକ୍ଟର ସଂଯୁକ୍ତା ଗୋସାଇଁ। ଶ୍ରୀ ଜଗନ୍ନାଥଙ୍କ ଉପରେ ଆଧାରିତ ସଙ୍ଗୀତ ସବୁବେଳେ ଶ୍ରୋତାମାନଙ୍କୁ ଭକ୍ତି ଓ ଭାବାବେଗରେ ଭିଜାଇଥାଏ ବୋଲି ଅତିଥିମାନେ କହିଥିଲେ।

Shri Jagannath Devotional Music Programme Guhari at Bhubaneswar during Rath Yatra 2019ଏହି ଅବସରରେ କଣ୍ଠଶିଳ୍ପୀ ଏବଂ ବାଦ୍ୟଯନ୍ତ୍ର କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ତିନି ଦିନିଆ କାର୍ଯ୍ୟକ୍ରମର ୱେବ ଚ୍ୟାନେଲ ମାଧ୍ୟମରେ ସିଧାପ୍ରସାରଣ କରିଥିବାରୁ ଓଡ଼ିଶାଲାଇଭ୍‌ ମିଡିଆକୁ ବିଭାଗ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଓଡ଼ିଶାଲାଇଭ୍‌ର ସିନିଅର ରିପୋର୍ଟର ସତ୍ୟବ୍ରତ ପାଢ଼ୀ ମଞ୍ଚରୁ ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ।

ଶେଷ ଦିନ କାର୍ଯ୍ୟକ୍ରମର ଘୋଷକ ଭାବେ ଡକ୍ଟର ମୃତ୍ୟୁଞ୍ଜୟ ରଥ ଦର୍ଶକ ଓ ଶ୍ରୋତାମାନଙ୍କୁ ଜଗନ୍ନାଥଙ୍କ ଭକ୍ତି ଭାବରେ ବାନ୍ଧି ରଖିଛନ୍ତି।

Comment