ଓଡ଼ିଶାଲାଇଭ ବ୍ୟୁରୋ

ବିଜେପିରୁ ନିଲମ୍ବିତ ବିଧାୟକ କୁଅଁର ପ୍ରଣବ ସିଂ ଚାମ୍ପିୟନଙ୍କ ‘ରାଣାଜୀ ରୂପ’ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରାଖଣ୍ଡର ଖାନପୁରର ବିଧାୟକ ଚାମ୍ପିୟନ ଏକ ଭିଡିଓରେ ଗୋଟିଏ ହାତରେ ମଦ ଓ ଅନ୍ୟ ହାତରେ ଦୁଇଟି ବନ୍ଧୁକ ଧରି, ପାଟିରେ ବନ୍ଧୁକ କାମୁଡ଼ି ଫିଲ୍ମ ଗୀତ ‘ମୁଝକୋ ରାଣାଜୀ ମାଫ୍ କରନା’ରେ ନାଚୁଥିବା ଦେଖିବାକୁ ମିଳିଛି।

ତାଙ୍କ ଘରେ ଆୟୋଜିତ ଏକ ପାର୍ଟିରେ ତାଙ୍କର ଏଭଳି ରୂପ ଦେଖିବାକୁ ମିଳିଛି। ତାଙ୍କର କିଛି ସମର୍ଥକ ମଧ୍ୟ ଚାମ୍ପିୟନଙ୍କ ସହ ମିଶି ନାଚୁଥିବାର ଦେଖାଯାଇଛି।

ସୋସିଆଲ ମିଡିଆରେ ଚାମ୍ପିୟନଙ୍କ ଭିଡିଓ ଭାଇରାଲ ହେବା ପରେ ଏବେ ତାଙ୍କ ଅଡ଼ୁଆ ଆହୁରି ବଢ଼ିଯାଇଛି। ଏଥିରେ ବିଜେପି ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି।

୩ ମାସ ପାଇଁ ନିଲମ୍ବିତ ଏହି ବିଧାୟକଙ୍କୁ ଦଳ ୬ ବର୍ଷ ପାଇଁ ନିଲମ୍ବନ କରିପାରେ ବୋଲି ଶୁଣିବାକୁ ମିଳୁଛି।ସାମ୍ବାଦିକଙ୍କୁ ଦୁର୍ବବ୍ୟବହାର ଅଭିଯୋଗରେ ଗତମାସରେ ବିଧାୟକଙ୍କୁ ୩ ମାସ ପାଇଁ ଦଳରୁ ନିଲମ୍ବନ କରାଯାଇଥିଲା।

ଚାମ୍ପିୟନ ଉତ୍ତରଖଣ୍ଡ ଖାନପୁରର ବାସିନ୍ଦା। ଏବେ ସେ ଏହି ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ପୂର୍ବରୁ ସେ କଂଗ୍ରେସରେ ଥିଲେ।

Comment