ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳା ଏସିଅ କପ ୨୦୨୨ର ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ଟିମକୁ ମାତ ଦେଇ ଚାମ୍ପିୟନ ହୋଇଛି ଭାରତୀୟ ମହିଳା କ୍ରିକେଟ ଟିମ। ଭାରତୀୟ ମହିଳା ଟିମ୍ ଫାଇନାଲ ମ୍ୟାଚରେ ୮.୩ ଓଭର ଏବଂ ୮ ୱିକେଟରେ ଏହି ବିଜୟ ହାସଲ କରିଛି। ଭାରତୀୟ ମହିଳା ଟିମ୍ ଏସିଆ କପ ଇତିହାସରେ ସପ୍ତମ ଥର ପାଇଁ ଚାମ୍ପିୟନ ହୋଇଛି। ସ୍ପିଡ ବୋଲର ରେଣୁକା ସିଂ ମ୍ୟାଚ ବିଜେତା ହୋଇଛନ୍ତି। ସେ ତିନି ଜଣ ଶ୍ରୀଲଙ୍କା ଖେଳାଳିଙ୍କୁ ଆଉଟ କରିବାରେ ସକ୍ଷମ ହୋଇଛନ୍ତି।

ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ମାତ୍ର ୯ ରନରେ ହିଁ  ଶ୍ରୀଲଙ୍କା ଖେଳାଳି ଦୁଇଟି ୱିକେଟ ହରାଇବା ସହ ଦୁହେଁ ରନ ଆଉଟ ହୋଇଥିଲେ। ଶ୍ରୀଲଙ୍କା ଟିମ୍ ୯ଟି ୱିକେଟ ହରାଇ ମାତ୍ର ୬୫ ରନ କରିବାକୁ ସକ୍ଷମ ହୋଇଥିଲେ।

ଟିମ୍ ଇଣ୍ଡିଆ ଦମଦାର ଆରମ୍ଭ କରିଥିବାବେଳେ ୩୫ ରନରେ ଦୁଇଟି ୱିକେଟ ହରାଇବାକୁ ପଡ଼ିଥିଲା। ସେଫାଳି ବର୍ମା ୫ ଏବଂ ଜେମିମା ରୋଡ୍ରିଗ୍ସ ୨ ରନ କରି ଆଉଟ ହୋଇଥିଲେ। କିନ୍ତୁ ସ୍ମୃତି ମନ୍ଧାନା ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟକ ହରମନପ୍ରୀତ କୌରଙ୍କ ଯୋଡ଼ି ମ୍ୟାଚ ଜିତିବା ପର୍ଯ୍ୟନ୍ତ ଖେଳିବାକୁ ସକ୍ଷମ ହୋଇଥିଲେ।

ମନ୍ଧାନା ୨୫ ବଲରେ ୫୧ ରନ କରିଥିବାବେଳେ ହରମନ ୧୪ଟି ବଲରେ ୧୧ ରନ କରିଥିଲେ। ଭାରତୀୟ ଟିମ ୮.୩ ଓଭରରେ ୨ ୱିକେଟ ହରାଇ ୭୧ ରନରେ ମ୍ୟାଚ ଜିତିଥିଲେ।

Tags: #CricketScore #CricketMatch #IndianWomenCricketTeam #AsiaCup2022 #Champion

Comment