ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ। ମାର୍ଚ୍ଚ ୫ ତାରିଖରେ ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଏହି ମୁକାବିଲା ହେବ।

ସେହିପରି ଦ୍ୱିତୀୟ ସେମିଫାଇନାଲରେ ଆୟୋଜକ ଅଷ୍ଟ୍ରେଲିଆକୁ ଭେଟିବ ଟିମ୍ ସାଉଦ୍ ଆଫ୍ରିକା। ଏହି ମ୍ୟାଚଟି ମଧ୍ୟ ସେହି ମାର୍ଚ୍ଚ ୫ ତାରିଖ ଦିନ ସିଡନୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ମ୍ୟାଚ୍ ଶେଷ ହେବା ପରେ ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ୍ ଖେଳାଯିବ।

ଭାରତୀୟ ମହିଳା କ୍ରିକେଟ୍ ଦଳ ୪ଟି ଲିଗ୍ ମ୍ୟାଚରୁ ୪ଟି ଯାକରେ ବିଜୟୀ ହୋଇ ସେମିଫାଇନାଲ ଟିକେଟ୍ ହାସଲ କରିଥିଲା। ତେଣୁ ସେମିଫାଇନାଲ ଜିତି ଦଳ ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି।

Comment