ଓଡ଼ିଶାଲାଇଭ୍ ବ୍ୟୁରୋ

ଟି-୨୦ ବିଶ୍ୱକପ୍‌ ୨୦୨୨ର ଦ୍ଵିତୀୟ ସେମିଫାଇନାଲରେ ଆଜି ଇଂଲଣ୍ଡ ୧୦ ୱିକେଟରେ ଭାରତକୁ ପରାସ୍ତ କରିଛି। ଏହି ପରାଜୟ ସହ ଭାରତର ବିଶ୍ୱକପ୍‌ ଯାତ୍ରା ଶେଷ ହୋଇଛି। ଟସ୍‌ ଜିତି  ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଭାରତ ୬ ୱିକେଟ ବିନିମୟରେ ୧୬୮ ରନ୍ କରିଥିଲା।

ଭାରତ ପକ୍ଷରୁ ବିରାଟ କୋହଲି ୪୦ ବଲ୍‌ରେ ୫୦ରନ୍ ଓ ହାର୍ଦ୍ଦିକ ୩୩ ବଲ୍‌ରେ ୬୩ ରନ୍ କରିଥିଲେ। ଅଧିନାୟକ ରୋହିତ ଶର୍ମା ୨୭ ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ କ୍ରିସ ଜୋର୍ଡାନ ୩ଟି ୱିକେଟ ନେଇଥିଲେ।

୧୬୯ ରନ୍‌ର ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ଡ ଆରମ୍ଭରୁ ଧୂଆଁଧାର ବ୍ୟାଟିଂ କରିଥିଲା। ଭାରତର ବୋଲର୍‌ମାନେ ଇଂଲଣ୍ଡର କୌଣସି ବ୍ୟାଟସମ୍ୟାନଙ୍କୁ ଆଉଟ କରିପାରିନଥିଲେ। ଇଂଲଣ୍ଡ ୧୬ ଓଭରରେ ଲକ୍ଷ୍ୟ ହାସଲ କରି ନେଇଥିଲା। ଇଂଲଣ୍ଡ ପକ୍ଷରୁ ଆଲେକ୍ସ ହେଲେସ୍ ୪୭ ବଲରେ ୮୬ ରନ୍ ଓ ଅଧିନାୟକ ଜୋସେ ବଟଲର୍ ୪୯ ବଲରେ ୮୦ ରନ୍ କରି ମ୍ୟାଚ୍ ନିଜ ନାଁରେ କରିଥିଲେ। ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟାଇଟଲ ପାଇଥିଲେ ଆଲେକ୍ସ ହେଲେସ୍।

ଏହି ବିଜୟ ସହିତ ଇଂଲଣ୍ଡ ଦ୍ୱିତୀୟ ଦଳ ଭାବେ ଫାଇନାଲକୁ ଯାଇଛି।  ଆସନ୍ତା ରବିବାର ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍ ଖେଳାଯିବ।

Tags: #T20WorldCup #England #India #SemiFinal #EnglandWin #IndiaLoss

Comment