ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ହକି ବିଶ୍ଵକପ କ୍ଵାର୍ଟର ଫାଇନାଲ। ମଙ୍ଗଳବାର ପ୍ରଥମ କ୍ଵାର୍ଟର ମ୍ୟାଚରେ ଅଷ୍ଟ୍ରେଲିଆ ୪-୩  ଗୋଲରେ ସ୍ପେନକୁ ପରାସ୍ତ କରିଛି। ଏହି ମ୍ୟାଚ ଜିତି ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ ବିଶ୍ଵକପ ସେମି ଫାଇନାଲରେ ପ୍ରବେଶ କରିଛି। ୧୯୭୮ ମସିହାରୁ ଏ ପର୍ଯ୍ୟନ୍ତ ହୋଇଥିବା  ହକି ବିଶ୍ଵକପରେ ଅଷ୍ଟ୍ରେଲିଆ ସବୁଥର ସେମି ଫାଇନାଲରେ ପ୍ରବେଶ କରି ଆସୁଛି। ମ୍ୟାଚରେ ଭଲ ପ୍ରଦର୍ଶନ ପାଇଁ ଅଷ୍ଟ୍ରେଲିଆର ଆଣ୍ଡ୍ରୁ ଚାର୍ଟର ‘ପ୍ଲେୟାର ଅଫ ଦି ମ୍ୟାଚ’ ହୋଇଛନ୍ତି।

ସୋମବାର ଅପରାହ୍ଣ ୪ଟା ୩୦ ମିନିଟରେ ଆରମ୍ଭ ହୋଇଥିଲା ଅଷ୍ଟ୍ରେଲିଆ-ସ୍ପେନ ମ୍ୟାଚ। ବିଶ୍ଵକପରେ ଆଗକୁ ଯିବା ଲକ୍ଷ୍ୟରେ ଦୁଇ ଦଳ ମଇଦାନକୁ ଓହ୍ଲାଇଥିଲେ। ମ୍ୟାଚ ଆରମ୍ଭରୁ ଶେଷ ଯାଏଁ ଉଭୟ ଦଳର ଖେଳାଳମାନେ ପଡ଼ିଆରେ ଉତ୍ତମ ଖେଳ ପ୍ରଦର୍ଶନ କରିଥିଲେ। ପ୍ରଥମରୁ ସ୍ପେନ ଦୁଇଟି ଗୋଲ ଦେଇ ମ୍ୟାଚରେ ଅଗ୍ରଣୀ ହୋଇଥିଲା।

ମ୍ୟାଚର ୧୯ ଓ ୨୩ ତମ ମିନିଟରେ ସ୍ପେନ ଗୋଲ ଦେଇଥିଲା। ଜାଭିୟର ଗିସପର୍ଟ ଓ ମାର୍କ ରେସେନ୍ସ ଏହି ଗୋଲ ଦେଇଥିଲେ। ତେବେ ମ୍ୟାଚରେ ହାପ୍ ଟାଇମ ହେବାକୁ ଆଉ ୨୦ ସେକେଣ୍ଡ ଥିବାବେଳେ ଅଷ୍ଟ୍ରେଲିଆର ଫ୍ଲିନ୍ ଓଗଲିଭ୍ ଦଳ ପାଇଁ ପ୍ରଥମ ଗୋଲ ଦେଇଥିଲେ।

ଅଷ୍ଟ୍ରେଲିଆ ଏହି ଗୋଟିଏ ଗୋଲକରି ରହିଯାଇନଥିଲା, ତୃତୀୟ କ୍ଵାର୍ଟର ଆରମ୍ଭ ହେବାର ୭ ମିନିଟ ଭିତରେ ଦଳ ଆଉ ୩ଟି ଗୋଲ ଦେଇ ମ୍ୟାଚରେ ସ୍ପେନଠୁ ଅଗ୍ରଣୀ ହୋଇଥିଲା। ଅଷ୍ଟ୍ରେଲିଆର ଜେରେମି ହେୱାର୍ଡ ଦୁଇଟି ଗୋଲ ଦେଇଥିଲେ।

ସ୍ପେନର ଖେଳାଳିମାନେ ଗୋଲ ଦେବା ପାଇଁ ପ୍ରୟାସ କରି କିଛି ମାତ୍ରାରେ ସଫଳ ହୋଇଥିଲେ। ୪୦ ତମ ମିନିଟରେ ସ୍ପେନ ଅଧିନାୟକ ମାର୍କ ମିରାଲ୍ସ ଏକ ଗୋଲ ଦେଇ ମ୍ୟାଚର ଗୋଲ ବ୍ୟବଧାନ ୪-୩କୁ ଆଣିଥିଲେ। ଏହାପରେ ସ୍ପେନ ମ୍ୟାଚ ଶେଷ ଯାଏଁ ଆଉ ଗୋଲ କରି ପାରି ନଥିଲା ଏବଂ ଦଳର ବିଶ୍ଵକପ ଯାତ୍ରା ଶେଷ ହୋଇଛି।

Tags: #HockeyMen’sWorldCup #QuarterFinal #Australia #Wins #Spain #KalingaStadium #SemiFinal #Hockey #India #Odisha

LEAVE A REPLY

Please enter your comment!
Please enter your name here