ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୁଷ ହକି ବିଶ୍ଵକପରେ ଶୁକ୍ରବାର ଖେଳାଯିବ ଦୁଇଟି ସେମି ଫାଇନାଲ ମୁକବିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅପରାହ୍ଣ ୪ଟା ୩୦ମିନିଟରେ ଆରମ୍ଭ ହେବ ମ୍ୟାଚ। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଓ ଜର୍ମାନୀ ପରସ୍ପରକୁ ଟକ୍କର ଦେବେ ଏହାପରେ ସନ୍ଧ୍ୟାରେ ଦ୍ଵିତୀୟ ମୁକାବିଲାରେ ବେଳଜିୟମ ଓ ନେଦରଲାଣ୍ଡସ ମୁହାଁମୁହିଁ ହେବେ। ଏହି ଦଳଗୁଡ଼ିକ ବର୍ତ୍ତମାନ ବିଶ୍ଵ ହକିର ଶ୍ରେଷ୍ଠ ୪ ଦଳ ମଧ୍ୟ ରହିଛନ୍ତି।

ବିଶ୍ଵକପର ପ୍ରଥମ ସେମିଫାଇନାଲ ମ୍ୟାଚରେ ହକିର ଦୁଇ ମହାଶକ୍ତି ଅଷ୍ଟ୍ରେଲିଆ ଓ ଜର୍ମାନୀ ଖେଳିବେ। ‘କୋକବୁରାସ’ ନାମରେ ପରିଚିତ  ଅଷ୍ଟ୍ରେଲିଆ ଦଳ ଚଳିତ ବିଶ୍ଵକପର ଏକ ଶକ୍ତିଶାଳୀ ଦଳ। ଗ୍ରୁପ ପର୍ଯ୍ୟାୟରୁ ଦଳ ସିଧାସଳଖ କ୍ଵାର୍ଟର ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଥିଲା।  କ୍ଵାର୍ଟର ଫାଇନାଲର ଏକ ରୋମଞ୍ଚକର ମ୍ୟାଚରେ ଦଳ ସ୍ପେନକୁ ୪-୩ ଗୋଲରେ ହରାଇ ସେମିରେ ପ୍ରବେଶ କରିଛି। ଅଧିନାଯକ ଏଡି ୱାକେଣ୍ଡନଙ୍କ ନେତୃତ୍ଵରେ ଦଳ ଚଳିତ ବିଶ୍ଵକପରେ ବହୁତ ଭଲ ପ୍ରଦର୍ଶନ କରୁଛି।

ଅନ୍ୟପଟେ ଜର୍ମାନୀ ଦଳ ବିଶ୍ଵକପରେ ନିଜର ଖେଳ ମାଧ୍ୟମରେ ଦମ ଦେଖାଇଛି ଦଳ କ୍ଵାର୍ଟର ଫାଇନାଲର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡକୁ ପେନାଲ୍ଟି ସୁଟଆଉଟରେ ପରାସ୍ତକରି ସେମିକୁ ଆସିଛି। ସେମି ଫାଇନାଲରେ ଦଳ ଭଲ କରିବ ବୋଲି ଆଶା କରାଯାଉଛି।

କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଶେଷ ହେବାପରେ ୟୁରୋପର ଦୁଇ ପ୍ରମୁଖ ଦଳ ବେଲଜିୟମ ଓ ନେଦରଲାଣ୍ଡସ୍ ଦ୍ଵିତୀୟ ସେମିରେ ଖେଳିବେ। ଉଭୟ ଦଳ ଗ୍ରୁପ୍ ପର୍ଯ୍ୟାୟରୁ ସିଧାସଳଖ କ୍ଵାର୍ଟରକୁ ଯାଇଛନ୍ତି। ଚଳିତ ବିଶ୍ଵକପ ଟାଇଟଲ ପାଇଁ ଦୁଇ ଦଳ ପ୍ରମୁଖ ଦାବିଦାର ରହିଛନ୍ତି। ଗରୁବାର ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ଏକ କଡ଼ା ଟକ୍କର ଭରା ମ୍ୟାଚ ଦେଖିବାକୁ ମିଳିବ।

Tags: #HockeyMen’sWorldCup #SemiFinal #AustraliaVsGermany #BelgiumVsNetherlands #KalingaStadium #India #Odisha

Comment