ଓଡ଼ିଶାଲାଇଭ୍ ବ୍ୟୁରୋ

ବାରବାଟୀ ଷ୍ଟାଡିୟମରେ ଡିସେମ୍ଵର ୨୨ରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଖେଳିବାକୁ ଥିବା ଦିନିକିଆ ମ୍ୟାଚ୍‌ ପାଇଁ ଓସିଏ ପକ୍ଷରୁ ୬ କୋଟି ଟଙ୍କାର ବଜେଟ୍‌ ଅଟକଳ ହୋଇଛି। ଏଥିରୁ ୧୪ ଲକ୍ଷ ଟଙ୍କାର ବୀମା ପ୍ରମିୟମ ସହ ୧୦ ଲକ୍ଷ ଟଙ୍କାର ସିସି କ୍ୟାମେରା ଲଗାଯାଉଛି।

ଫନିରେ କ୍ଷତିଗ୍ରସ୍ତ ଫ୍ଲଡ୍‌ଲାଇଟ୍‌ର ମରାମତିରେ ୧କୋଟି ୫୦ ହଜାର ଖର୍ଚ୍ଚ ହେବାର ଆକଳନ କରାଯାଇଛି। ସୁରକ୍ଷା ଦାୟତ୍ୱରେ ନିୟୋଜିତ ହେବାକୁ ଥିବା ଗାର୍ଡ ଏବଂ ଘରୋଇ ସିକ୍ୟୁରିଟି ଗାର୍ଡଙ୍କ ପିଚ୍ଛା ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ।

ଗ୍ୟାଲେରୀରେ ସାଧାରଣ ଲୋକଙ୍କ ଦିଆଯିବାକୁ ଥିବା ପାନୀୟ ଜଳ ପାଇଁ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବା ନେଇ ଦର୍ଶାଯାଇଛି। ମୋଟ୍‌ ୬ କୋଟି ୪୨ ଲକ୍ଷ ୬୯ ହଜାର ୫୭୦ ଟଙ୍କାର ଖର୍ଚ୍ଚ ହେବାକୁ ଥିବା ବେଳେ ୬ କୋଟି ୪୨ ଲକ୍ଷ ୩୭ ହଜାର ୨୭୦ ଟଙ୍କା ଆୟ ହେବା ନେଇ ଆକଳନ କରାଯାଇଛି।

ଥିପାଇଁ ଓସିଏ ତରଫରୁ ପଡ଼ିଆ ମରାମତି କାମ ଆରମ୍ଭ ହୋଇ ସାରିଲାଣି। ତେବେ ମ୍ୟାଚ ପୂର୍ବରୁ ମରାମତି କାମ ଶେଷ କରିବାକୁ ଚେଷ୍ଟା ଚାଲିଛି।

ତେବେ ଏହି ମ୍ୟାଚ ପାଇଁ ଶନିବାର କଟକ ଡିସିପି ଅଖିଳେଶ୍ଵର ସିଂହଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ପଡ଼ିଆ ପରିଦର୍ଶନ କରିଥିଲେ। ଏହାସହ କିପରି ଖେଳାଳିମାନଙ୍କୁ ସୁରକ୍ଷାର ସହ ଷ୍ଟାଡିୟମ ଅଣାଯିବ ସେ ବିଷୟରେ ଆଲୋଚନା କରିଥିଲେ।

Comment