ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଜୁନ ୧୨ ତାରିଖରେ ବାରବାଟୀରେ ଟି-୨୦ ମ୍ୟାଚ। ଏହି ମ୍ୟାଚରେ ଓ୍ଵେଷ୍ଟ ଇଣ୍ଡିଜକୁ ଭେଟିବ ଟିମ୍ ଇଣ୍ଡିଆ। ଏଥର ବାରବାଟୀ ଷ୍ଟାଡିୟମରେ ବସି ଶତ ପ୍ରତିଶତ ଦର୍ଶକ ମ୍ୟାଚ୍ ଦେଖିବେ। ମ୍ୟାଚ ପାଇଁ ଆସନ୍ତା ଜୁନ ୧ ତାରିଖ ଦିନ ୧୧ଟାରୁ ଅନଲାଇନରେ ଟିକେଟ ଉପଲବ୍ଧ ହେବ। ମୋଟ ୫ ହଜାର ଟିକେଟ ଅନଲାଇନ ବିକ୍ରି ନିମନ୍ତେ ଉପଲବ୍ଧ ରହିବ। ଜଣେ ଦର୍ଶକଙ୍କୁ ମାତ୍ର ଦୁଇଟି ଟିକେଟ ମିଳିପାରିବ। ପେଟିଏମ୍ ଆପ୍ ଜରିଆର ଅନଲାଇନ ଟିକେଟ ବୁକ୍ କରିହେବ। ଆସନ୍ତା ଜୁନ ୯ ଏବଂ ୧୦ ତାରିଖରେ ଅଫଲାଇନରେ ଟିକେଟ ମିଳିବ।

ଅନଲାଇନ୍ ଟିକେଟ ବୁକିଂ ସମୟରେ ଦର୍ଶକଙ୍କୁ ନିଜର ପରିଚୟ ପତ୍ର ଦେବାକୁ ପଡ଼ିବ। ଅନଲାଇନ୍ ଟିକେଟ ବୁକ୍ କରିଥିବା ଦର୍ଶକ ଆସନ୍ତା ଜୁନ ୯ ତାରିଖରୁ ୧୧ ତାରିଖ ସୁଦ୍ଧା ଦିନ ୧୦ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ସେମାନଙ୍କ ଟିକେଟର ହାର୍ଡକପି ସଂଗ୍ରହ କରିବାକୁ ପଡ଼ିବ। ଉଭୟ ଅଫଲାଇନ ଏବଂ ଅନଲାଇନରେ ଟିକେଟ୍ ବିକ୍ରି ହେବ। ଭୁବନେଶ୍ଵର ଏବଂ କଟକରେ ଦୁଇଟି ଲେଖାଏଁ କାଉଣ୍ଟର ଖୋଲିବ। ୪୪ ହଜାର ଦର୍ଶକ ଷ୍ଟାଡିୟମରେ ବସି ଖେଳ ଦେଖିବା ଭଳି ବ୍ୟବସ୍ଥା କରାଯିବ।

ଆସନ୍ତା ଜୁନ ୧୨ ତାରିଖରେ ବାରବାଟୀରେ ଟି-୨୦ ମ୍ୟାଚ ହେବ। ଓ୍ଵେଷ୍ଟ ଇଣ୍ଡିଜ ଏବଂ ଟିମ୍ ଇଣ୍ଡିଆ ମଧ୍ୟରେ ମ୍ୟାଚ ହେବ। ଜୁନ ୧୦ ତାରିଖରେ ଉଭୟ ଦଳ ଭୁବନେଶ୍ଵର ପହଞ୍ଚିବେ। ଖେଳାଳିମାନେ ଆସିବା ସମୟରେ କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମ୍ୟାଚ ସମୟରେ ଟ୍ରାଫିକ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖାଯିବ।

ଦୀର୍ଘ ଦିନ ପରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ ଫେରିଥିବାରୁ ଦର୍ଶକମାନେ ମ୍ୟାଚ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି।

Tags: #Sports #Cricket #CricketMatch #BarabatiStadium #OnlineTicketBook

Comment