ଓଡ଼ିଶାଲାଇଭ୍ ବ୍ୟୁରୋ

ମନିଷା ଶ୍ରେଷ୍ଠ ମହିଳା ଆଥ୍‌ଲେଟ୍‌ ଓ ବିଘ୍ନରାଜ ଶ୍ରେଷ୍ଠ ପୁରୁଷ ଆଥ୍‌ଲେଟ୍‌

କଟକ: ବାରବାଟୀ ଷ୍ଟାଡିୟମଠାରେ ଚାଲିଥିବା ୬୭ତମ ରାଜ୍ୟ ଆଥ୍‌ଲେଟିକ୍ ମିଟ୍ ଶେଷ ହୋଇଛି। ୫୫୭ ପଏଣ୍ଟ ପାଇ କଟକ ଚାମ୍ପିଅନ୍ ଓ ୨୬୪ ପଏଣ୍ଟ ପାଇ ସୁନ୍ଦରଗଡ ରନର୍ସଅପ୍‌ ହୋଇଛି। ମନିଷା ମେରେଲ ଶ୍ରେଷ୍ଠ ମହିଳା ଆଥ୍‌ଲେଟ୍‌ ଏବଂ ବିଘ୍ନରାଜ ଶ୍ରେଷ୍ଠ ପୁରୁଷ ଆଥ୍‌ଲେଟ୍‌ ବିବେଚିତ ହୋଇଛନ୍ତି।

ସେହିପରି ବିଭିନ୍ନ ବର୍ଗରେ ଦଳଗତ ବିଜେତା ଘୋଷଣା କରାଯାଇଛି। ସୁନ୍ଦରଗଡ ୧୪ବର୍ଷରୁ କମ୍ ବାଳିକାରେ ବିଜେତା ହୋଇଥିବା ବେଳେ ଭୁବନେଶ୍ୱର ୧୪ବର୍ଷରୁ କମ୍ ବାଳକ, ୧୬ବର୍ଷରୁ କମ୍‌ ବାଳକ, ବାଳିକାରେ ଚାମ୍ପିଅନ୍ ହୋଇଛି। ଓଡ଼ିଶା ପୋଲିସ୍ ପୁରୁଷ ବର୍ଗରେ ପ୍ରଥମ ସ୍ଥାନ ଅକ୍ତିଆର କରିଥିବା ବେଳେ କଟକ ୧୮ବର୍ଷରୁ କମ୍ ବାଳିକା, ବାଳକ, ୨୦ବର୍ଷରୁ କମ୍ ବାଳକ, ବାଳିକା ଏବଂ ମହିଳା ବର୍ଗରେ ପ୍ରଥମ ସ୍ଥାନ ଦଖଲ କରିଛି।

ଅନ୍ୟପକ୍ଷରେ ପ୍ରତିଯୋଗିତାର ୩ଦିନରେ ମୋଟ୍ ୧୦ଟି ନୂଆ ମିଟ୍ ରେକର୍ଡ ସ୍ଥାପନ ହୋଇଛି। ରବିବାର ସୁଦ୍ଧା ୭ଟି ରେକର୍ଡ ହୋଇଥିବା ବେଳେ ସୋମବାର ୩ହଜାର ମିଟର ୱାକ୍‌ରେ ପାର୍ବତୀ ମାଝି (୧୨ ମିନିଟ୍ ୧୧.୮ ସେକେଣ୍ଡ) ଓ ହାମର୍(୪୩.୦୪ ମିଟର)ରେ ଅଭିଶେକ ପଣ୍ଡା କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ସେହିପରି ଶେଷ ଦିନରେ ବିଭିନ୍ନ ଇଭେଣ୍ଟରେ ଆଥ୍‌ଲେଟ୍‌ମାନେ ବ୍ୟକ୍ତିଗତ ପ୍ରଦର୍ଶନ କରି ପଦକ ହାସଲ କରିଥିଲେ। ୧୬ବର୍ଷରୁ କମ୍ ବାଳକ ୨୦୦ ମିଟର ଦୌଡରେ ମହେନ୍ଦ୍ର ସାନ୍ତା, ୨ହଜାର ମିଟର ଦୗଡରେ ପଙ୍କଜ ମଣ୍ଡଳ, ହାର୍ମରରେ ସିକନ ସାଗର ପ୍ରଧାନ, ପେଣ୍ଟାଥଲନରେ ବିକ୍ରମ ଟୁନିକା, ୧୮ବର୍ଷରୁ କମ୍ ୨୦୦ମିଟର ଦୌଡରେ ଅଭିଶେକ ଦଳବେହେରା, ୩ ହଜାର ମିଟର ଦୌଡରେ ରୋହିତ କୁମାର, ୨ହଜାର ମିଟର ଷ୍ଟିପଲ୍ ଚେସ୍‌ରେ ବାବୁଲା ପାତ୍ର, ୪ଶହ ମିଟର ହର୍ଡଲ୍ସରେ ବାପୁନ ହାଂସଦା, ହାମର୍ରେ ଜ୍ୟୋତିପ୍ରକାଶ ନାୟକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

୨୦ବର୍ଷରୁ କମ୍ ୨ଶହ ମିଟର ଦୌଡରେ ହେମନ୍ତ ସେଠ, ୧୦ହଜାର ମିଟର ଦୌଡରେ ବିନିକା ସିଦ୍ଧୁ, ୩ହଜାର ମିଟର ଷ୍ଟିପଲ୍ ଚେସ୍‌ରେ ରୁପେନ୍ଦ୍ର ହେମ୍ବ୍ରମ୍, ୪ଶହ ହର୍ଡଲ୍ସରେ ବିକାଶ ଜେନା, ପୋଲ୍ ଭୋଲ୍ଟରେ ସୁରେଶ କୁମାର ଅଙ୍କୁଲା, ହାମରେରେ ଅଭିଶେକ ପଣ୍ଡା ପ୍ରଥମ ସ୍ଥାନ ଅକ୍ତିଆର କରିପାରିଛନ୍ତି। ୧୪ବର୍ଷରୁ କମ୍ ବାଳିକା ବର୍ଗର ହାଇଜମ୍‌ରେ ମୁନି ହେମ୍ବ୍ରମ୍, ୨୦୦ମିଟର ଦୌଡରେ ରଞ୍ଜିତା ପିଙ୍ଗୁଆ, ୨ହଜାର ମିଟର ଦୌଡରେ ବାସନ୍ତି ମାଝି, ହାଇଜମ୍‌ରେ ଲଳିତା ମାରାଣ୍ଡି, ପେଣ୍ଟାଥଲନରେ ସବିତା ଟପ୍ପୋ, ୧୮ବର୍ଷରୁ କମ୍ ୨ଶହ ମିଟର ଦୌଡରେ ମ୍ୟାରିମୁକ୍ତା ସୋରେଙ୍ଗ, ୩ହଜାର ମିଟର ଦୌଡରେ ଇତିଶ୍ରୀ ମହନ୍ତ, ଟ୍ରିପଲ୍ ଜମ୍ପରେ କୁସ୍ମିତା ଭୂୟାଁ, ହେପ୍ଟାଥଲନରେ ଧନୟନ୍ତୀ ଖେସ୍, ୩ହଜାର ମିଟର ଦୌଡରେ ସ୍ୱେତା କୁଜୁର, ୪ଶହ ମିଟର ହର୍ଡଲ୍ସରେ ପ୍ରିୟଙ୍କା ଟପ୍ପୋ, ଟ୍ରିପଲ୍ ଜମ୍ପରେ ବିଷ୍ଣୁପ୍ରିୟା ନାୟକ, ୨ଶହ ମିଟର ଦୌଡରେ ଅମିୟ ମଲ୍ଲିକ  ପ୍ରଥମ ସ୍ଥାନ ସହ କୃତିତ୍ୱ ଅର୍ଜନ କରିଛନ୍ତି।

ପୁରୁଷ ୮ଶହ ମିଟର ଦୌଡରେ ରୋଶନ ମିଞ୍ଜ, ୧୦ହଜାର ମିଟର ଦୌଡରେ ଅଶୋକ ଦଣ୍ଡସେନା, ୩ହଜାର ମିଟର ଷ୍ଟିପଲ୍ ଚେସ୍‌ରେ ବିପିନ ପ୍ରଧାନ, ୪ଶହ ମିଟର ହର୍ଡଲ୍ସରେ କୌଶଲ୍ୟ କୁମାର ନାୟକ, ପେଡାଲ୍ ଭୋଲ୍ଟରେ ମନୋଜ କୁମାର ହେମ୍ବ୍ରମ୍, ମହିଳା ୨ଶହ ମିଟର ଦୌଡରେ ଦୂତୀ ଚାନ୍ଦ, ୧୦ ହଜାର ମିଟର ଦୌଡରେ ସସ୍ମିତା ସେଠୀ, ୩ହଜାର ମିଟର ଷ୍ଟିପଲ୍ ଚେସ୍‌ରେ ପାର୍ବତୀ ମାଝି, ୪ଶହ ମିଟର ହର୍ଡଲ୍ସରେ ଜଉନା ମୁର୍ମୁ, ଟ୍ରିପଲ୍ ଜମ୍‌ରେ ରେଙ୍କି ସାହୁ ଏବଂ ହେପ୍ଟାଥଲନରେ ସଂଯୁକ୍ତା ମିଞ୍ଜ ସ୍ୱର୍ଣ୍ଣ ଜିଣିଛନ୍ତି।

Comment