ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ବାରବାଟୀ ଷ୍ଟାଡିୟମରେ ବସି ଶତପ୍ରତିଶତ ଦର୍ଶକ ମ୍ୟାଚ୍ ଦେଖିବେ। ଏଥିପାଇଁ ଅନୁମତି ଦେଇଛି ବିସିସିଆଇ। ଶତପ୍ରତିଶତ କ୍ଷମତାକୁ ନେଇ ବାରବାଟୀରେ ମ୍ୟାଚ ଦେଖିବେ କ୍ରିକେଟ ପ୍ରେମୀ। ଆସନ୍ତା ଜୁନ ୧୨ ତାରିଖରେ ବାରବାଟୀରେ ଟି-୨୦ ମ୍ୟାଚ ହେବ। ଏହି ମ୍ୟାଚରେ ଓ୍ଵେଷ୍ଟ ଇଣ୍ଡିଜକୁ ଭେଟିବ ଟିମ୍ ଇଣ୍ଡିଆ।

ଶତ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ ଦେଖିବାକୁ ଅନୁମତି ମିଳିବା କ୍ରିକେଟ ପ୍ରେମୀଙ୍କ ପାଇଁ ନିଶ୍ଚିତ ଭାବେ ଖୁସି ଖବର। ଦୀର୍ଘ ଦିନ ପରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ ଫେରିଥିବାରୁ ଦର୍ଶକମାନେ ମ୍ୟାଚ ଦେଖିବାକୁ ଉତ୍ସହର ସହ ଅପେକ୍ଷା କରିଛନ୍ତି। ପୂର୍ଣ୍ଣ କ୍ଷମତାରେ ମ୍ୟାଚ ଆୟୋଜନ ହେଲେ ଅଧିକ ସଂଖ୍ୟାରେ ଦର୍ଶକ ମ୍ୟାଚ ଦେଖିବାକୁ ସକ୍ଷମ ହୋଇପାରିବେ।

ଅନ୍ୟ ପକ୍ଷରେ ମ୍ୟାଚ ପୂର୍ବରୁ ବାରବାଟୀର ହେବ ନବକଳେବର କରିବାକୁ ଅଣ୍ଟା ଭିଡ଼ିଛି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ)। ମ୍ୟାଚ ତାରିଖ ପାଖେଇ ଆସୁଥିବାବେଳେ ଷ୍ଟାଡିୟମକୁ ପ୍ରସ୍ତୁତ କରିବାକୁ ସମସ୍ତ ପ୍ରସ୍ତୁତି ଆଗେଇ ଚାଲିଛି।

ବହୁ ଦିନ ପରେ ମ୍ୟାଚ ହେଉଥିବାରୁ ଷ୍ଟାଡିୟମକୁ ନୂଆ ରୂପ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବାରବାଟୀର ନବକଳେବର ଦାୟିତ୍ୱ ଗୁଜୁରାଟ ମୋଟେରାଠାରେ ତିଆରି ହୋଇଥିବା ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମକୁ ଡିଜାଇନ କରିଥିବା ସଂସ୍ଥାକୁ ଦିଆଯାଇଛି।

ଦୀର୍ଘ ବର୍ଷର ବ୍ୟବଧାନ ପରେ ଓଡ଼ିଶାର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ। ଆସନ୍ତା ଜୁନ ୧୨ ତାରିଖରେ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚରେ ଓ୍ଵେଷ୍ଟ ଇଣ୍ଡିଜକୁ ଭେଟିବ ଟିମ୍ ଇଣ୍ଡିଆ। ଗତ ଫେବ୍ରୁଆରି ମାସ ୧୫ ତାରିଖରେ ବାରବାଟୀଠାରେ ଟି-୨୦ ମ୍ୟାଚ୍ ହେବାର ଥିଲା। କୌଣସି କାରଣକୁ ନେଇ ମ୍ୟାଚ ବାତିଲ ହୋଇଥିଲା। ଜୁନ ମାସରେ ମ୍ୟାଚ ଖେଳାଯିବା ନେଇ ଗତ ଫେବ୍ରୁଆରି ୪ ତାରିଖରେ ଓସିଏ ପକ୍ଷରୁ ଘୋଷଣା କରାଯାଇଥିଲା। କିନ୍ତୁ ନିର୍ଦ୍ଧିଷ୍ଟ ତାରିଖ ଘୋଷଣା କରାଯାଇନଥିଲା।

ପୂର୍ବରୁ କଟକ ବାରବାଟୀ ଷ୍ଟାଡିୟମରେ ୨୦୨୨ ଫେବ୍ରୁଆରି ୧୫ରେ ଟି-୨୦ ମ୍ୟାଚ ଖେଳାଯିବା ନେଇ ଗତ ୨୦୨୧ ମସିହା ସେପ୍ଟେମ୍ବର ୨୦ ତାରିଖରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଥିଲେ। ଦୀର୍ଘ ଦିନ ହେବ ଓଡ଼ିଶାରେ ଟି-୨୦ ମ୍ୟାଚ ଖେଳା ଯାଇନଥିଲା। ଫେବ୍ରୁଆରି ୧୫ରେ ଟି-୨୦ ମ୍ୟାଚ ପାଇଁ ତାରିଖ ଘୋଷଣା ହେବା ପରେ ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। କିନ୍ତୁ ଏହି ମ୍ୟାଚ ବାତିଲ କରାଯାଇ ପରେ ନୂଆ ତାରିଖ ଘୋଷଣା କରାଯାଇଥିଲା।

Tags: #Sports #Cricket #T20Match #BarabatiStadiumCTC #TeamIndia

Comment