ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଦୀର୍ଘ ବର୍ଷର ବ୍ୟବଧାନ ପରେ ଓଡ଼ିଶାର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଟି-ଟ୍ଵେଣ୍ଟି ଅନ୍ତର୍ଜାତୀୟ ମ୍ୟାଚ। ଆସନ୍ତା ଜୁନ ୧୨ ତାରିଖରେ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚରେ ଓ୍ଵେଷ୍ଟ ଇଣ୍ଡିଜକୁ ଭେଟିବ ଟିମ୍ ଇଣ୍ଡିଆ। ଏ ନେଇ ଶନିବାର ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ସମ୍ପାଦକ ସୂଚନା ଦେଇଛନ୍ତି।

ଗତ ଫେବ୍ରୁଆରି ମାସ ୧୫ ତାରିଖରେ ବାରବାଟୀଠାରେ ଟି-ଟ୍ଵେଣ୍ଟି ମ୍ୟାଚ୍ ହେବାର ଥିଲା। କୌଣସି କାରଣକୁ ନେଇ ମ୍ୟାଚ ବାତିଲ ହୋଇଥିଲା। ଜୁନ ମାସରେ ମ୍ୟାଚ ଖେଳାଯିବା ନେଇ ଗତ ଫେବ୍ରୁଆରି ୪ ତାରିଖରେ ଓସିଏ ପକ୍ଷରୁ ଘୋଷଣା କରାଯାଇଥିଲା। କିନ୍ତୁ ନିର୍ଦ୍ଧିଷ୍ଟ ତାରିଖ ଘୋଷଣା କରାଯାଇନଥିଲା।

ପୂର୍ବରୁ କଟକ ବାରବାଟୀ ଷ୍ଟାଡିୟମରେ ୨୦୨୨ ଫେବ୍ରୁଆରି ୧୫ରେ ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବା ନେଇ ଗତ ୨୦୨୧ ମସିହା ସେପ୍ଟେମ୍ବର ୨୦ ତାରିଖରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଥିଲେ। ଦୀର୍ଘ ଦିନ ହେବ ଓଡ଼ିଶାରେ ଟି-ଟ୍ୱେଣ୍ଟି ମ୍ୟାଚ ଖେଳା ଯାଇନଥିଲା। ଫେବ୍ରୁଆରି ୧୫ରେ ଟି-ଟ୍ୱେଣ୍ଟି ମ୍ୟାଚ ପାଇଁ ତାରିଖ ଘୋଷଣା ହେବା ପରେ ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। କିନ୍ତୁ ଏହି ମ୍ୟାଚ ବାତିଲ କରାଯାଇ ପରେ ନୂଆ ତାରିଖ ଘୋଷଣା କରାଯାଇଥିଲା।

Tags: #Cricket #T20Match #BarabatiStadium #TeamIndia #Westindies

Comment