ଓଡ଼ିଶାଲାଇଭ୍ ବ୍ୟୁରୋ

ସବୁ ଅପେକ୍ଷାର ଅନ୍ତ ହେଲା ନିର୍ଦ୍ଧାରିତ ସମୟ ମଧ୍ୟରେ ଭାରତ ଏବଂ ଦକ୍ଷିର ଆଫ୍ରିକାର ଖେଳାଳିମାନେ ଆସି ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଲେ। ଖେଳାଳିମାନେ ପହଞ୍ଚିବା ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

ବିମାନବନ୍ଦରରେ ପହଞ୍ଚିବା ପରେ ଉଭୟ ଦେଶର ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଖେଳାଳିମାନେ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସେମାନଙ୍କୁ ଦୁଇଟି ସ୍ୱତନ୍ତ୍ର ବସ୍ ଯୋଗେ ହୋଟେଲ ମେ’ ଫେୟାରକୁ ଅଣାଯାଇଥିଲା। ହୋଟେଲରେ ଖେଳାଳିମାନଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଖେଳାଳିମାନେ ଖାଇବା ନେଇ ହୋଟେଲ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଭାରତୀୟ ଖେଳାଳିଙ୍କ ପାଇଁ ପାରମ୍ପରିକ ଓଡ଼ିଆ ଖାଦ୍ୟ ପରସାଯିବ ବୋଲି ସୂଚନା ମିଳିଛି।

ଆସନ୍ତା ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବ ଟି-୨୦ ମ୍ୟାଚ। ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଉଭୟ ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଖେଳାଳି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଦୁଇ ଦଳଙ୍କୁ ସ୍ୱାଗତ କରିବା ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଓ ହୋଟେଲ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଖେଳାଳିମାନେ ବିମାନ ବନ୍ଦରରେ ପହଞ୍ଚିବା ପରେ ଶଙ୍ଖନାଦ ସହ ଘୋଡ଼ାନାଚରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। 

ଆସନ୍ତାକାଲି, ଜୁନ ୧୧ ତାରିଖରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦଳର ଖେଳାଳିମାନେ ବାରବାଟୀ ଷ୍ଟାଡିୟମରେ ପହଞ୍ଚି ଅଭ୍ୟାସ କରିବେ। ଏଥିପାଇଁ ସମୟ ମଧ୍ୟ ସ୍ଥିର ହୋଇଛି। ଦକ୍ଷିଣ ଆଫ୍ରିକାର ଖେଳାଳି ଦିନ ୧ଟାରୁ ୪ଟା ପର୍ଯ୍ୟନ୍ତ ଏବଂ ଭାରତୀୟ ଖେଳାଳି ସଂନ୍ଧ୍ୟା ୫ଟାରୁ ୮ ପର୍ଯ୍ୟନ୍ତ ଅଭ୍ୟାସ କରିବେ। ଏହା ପରେ ଉଭୟ ଦଳ ହୋଟେଲକୁ ଫେରିବେ। ଜୁନ ୧୨ ତାରିଖ ଅପରାହ୍ଣ ୩ଟାରେ ଖେଳାଳିମାନେ ବାରବାଟୀ ଅଭିମୁଖେ ବାହାରିବେ। ମ୍ୟାଚ୍ ଶେଷ ହେବା ପରେ ସେହିଦିନ ଅପରାହ୍ଣ ୪ଟା ୧୫ରେ ଖେଳାଳିମାନେ ଭୁବନେଶ୍ୱରରୁ ଭାଇଜାଗ୍ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।

Tags: #Sports #Players #Cricket #Match #T20Match #BarabatiStadium

Comment