ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର। ବେଙ୍ଗାଳୁରୁରେ ଖେଳାଯାଇଥିବା ଦୃଷ୍ଟିହୀନ ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ୍‌ରେ ବାଂଲାଦେଶକୁ ହରାଇ ବିଶ୍ୱକପ୍ ଟ୍ରଫି ଜିତିଲା ଟିମ୍ ଇଣ୍ଡିଆ। ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିବା ସହ ବାଂଲାଦେଶକୁ ୧୨୦ ରନରେ ପରାସ୍ତ କରିଛି।

ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍ ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଥିଲା ଭାରତୀୟ ଦଳ। ପ୍ରଥମ ଇଂନିସରେ ବ୍ୟାଟିଂ କରି ୨୦ ଓଭରରେ ମାତ୍ର ୨ଟି ଓ୍ଵିକେଟ୍ ହରାଇ ୨୭୭ ରନର ବିଶାଳ ସ୍କୋର କରିଥିଲା ଭାରତ। ବାଂଲାଦେଶ ୨୦ ଓଭରରେ ମାତ୍ର ୧୫୭ ରନ୍ ସ୍କୋର କରିପାରିଥିଲା।

ତୃତୀୟ ଥର ପାଇଁ ଭାରତ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍ ଜିତିଛି। ଏହାପୂର୍ବରୁ ଭାରତ ୨୦୧୨ ଓ ୨୦୧୭ରେ ମଧ୍ୟ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍ ଟ୍ରଫି ହାତେଇଥିଲା।

Tags: #T20WorldCup #BlindCricket #Champion #India #Bangladesh

Comment