ଓଡ଼ିଶାଲାଇଭ୍ ବ୍ୟୁରୋ

ଦୃଷ୍ଟିହୀନ କ୍ରିକେଟରେ ଅନେକ ସଫଳତା ହାସଲ କରି ଓଡ଼ିଶାକୁ ଗର୍ବିତ କରିଛନ୍ତି ପଙ୍କଜ ଭୂଏ

ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟର ପଙ୍କଜ ଭୂଏ। ଭାରତୀୟ ଦୃଷ୍ଟିହୀନ ଦଳରେ ଖେଳି ସେ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି। ୨୦୧୨ରେ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଏବଂ ୨୦୧୮ରେ ଓଡିଆଇ ବିଶ୍ୱକପ ବିଜୟୀ ଭାରତୀୟ ଦଳରେ ସାମିଲ ଥିଲେ ପଙ୍କଜ।

କ୍ରିକେଟ ସହ ଆଥଲେଟିକ୍ସ ଦୁନିଆରେ ବି ପଙ୍କଜଙ୍କୁ ମିଳିଛି ଅନେକ ସଫଳତା। ଜାତୀୟ ଓ ଅନ୍ତର୍ଜାତୀୟ ପାରା ଆଥଲେଟିକ୍ସ କ୍ରୀଡ଼ାରେ ସେ ଏକାଧିକ ପଦକ ଜିତିଛନ୍ତି।

କ୍ରିକେଟ ପଡ଼ିଆରେ ସେ ଅନେକଙ୍କୁ ବୋଲ୍ଡ କରିଛନ୍ତି କିନ୍ତୁ ପଡ଼ିଆ ବାହାରେ ପ୍ରେମରେ କ୍ଲିନ୍ ବୋଲ୍ଡ ହୋଇଥିବା କହିଛନ୍ତି ପଙ୍କଜ।

ପଙ୍କଜ ଭୂଏଙ୍କ ପିଲାବେଳ, କ୍ରୀଡ଼ା ଓ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #Odisha #Blindcricket #Pankajbhue #Odishaforsports

Comment