ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି କ୍ରିକେଟ ବିଶ୍ଵକପରେ ଗୁରୁବାର ବାଂଲାଦେଶ ସହ ମୁକାବିଲା କରୁଛି ଟିମ୍ ଇଣ୍ଡିଆ। ମହାରଷ୍ଟ୍ରର ପୁଣେରେ ଖେଳାଯାଉଥିବା ଏହି ମ୍ୟାଚର ପ୍ରଥମ ଇନିଂସରେ ବାଂଲାଦେଶର ବ୍ୟାଟିଂ ସରିଛି। ଭାରତ ଆଗରେ ୨୫୭ ରନର ବିଜୟ ଲକ୍ଷ୍ୟ ରହିଛି। ବିଶ୍ଵକପରେ ନିଜର ପ୍ରଥମ ୩ଟି ମ୍ୟାଚ ଜିତିଥିବା ଭାରତ ଏବେ ଚତୁର୍ଥ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଛି।

ଗୁରୁବାର ମ୍ୟାଚରେ ବାଂଲାଦେଶ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବାରୁ ବୋଲିଂ କରିଥିଲା ଭାରତ। ବାଂଲାଦେଶ ପକ୍ଷରୁ ଲିଟନ ଦାସ ଓ ତନଜିଦ ହସନଙ୍କ ଓପନିଂ ଯୋଡ଼ି ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଆସିଥିଲେ। ଉଭୟ ଆରମ୍ଭରୁ ଭଲ ବ୍ୟାଟିଂ ଆରମ୍ଭ କରି ପ୍ରଥମ ୱିକେଟ ପାଇଁ ୯୩ ରନର ପାର୍ଟନରସିପ କରିଥିଲେ।

ତନଜିଦ ହସନ ଆଉଟ୍ ହେବା ପରେ ବାଂଲାଦେଶର ରନ ଗତି ମନ୍ଥର ହୋଇଥିଲା। ଏହାପରେ ଭାରତୀୟ ବୋଲରମାନେ ବାଂଲାଦେଶର ଖେଳାଳିମାନଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଥିଲେ। ପ୍ରଥମ ଇନିଂସ୍ ଶେଷରେ ୮ ୱିକେଟ ହରାଇ ୨୫୬ ରନ କରିବାରେ ସକ୍ଷମ ହେଲା।

ଏହି ଇନିଂସରେ ଭାରତ ପକ୍ଷରୁ ଯଶପ୍ରୀତ ବୁମରାହ, ରବୀନ୍ଦ୍ର ଜଡେଜା ଓ ମହମ୍ମଦ ସିରାଜ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଏହାଛଡ଼ା କୁଲଦୀପ ଯାଦବ ଓ ଶାର୍ଦୁଲ୍ ଠାକୁର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ପୁଣେର ଷ୍ଟାଡିୟମରେ ଅନେକ ଦର୍ଶକ ମ୍ୟାଚକୁ ବହୁତ ଉପଭୋଗ କରିଛନ୍ତି। ଭାରତ ଏହି ମ୍ୟାଚ ଜିତି ବିଶ୍ଵକପରେ ଚତୁର୍ଥ ବିଜୟ ସହ ନିଜର ଦମଦାର ପ୍ରଦର୍ଶନ ଜାରି ରଖିବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି।  

 Tags: #ICCCricketWorldCup #IndiavsBangladesh #Cricket #Sports

LEAVE A REPLY

Please enter your comment!
Please enter your name here