ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଛିଦିନ ଧରି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ତଥା କ୍ୟାପ୍ଟେନ୍‌ କୁଲ୍‌ ନାମରେ ଜଣାଶୁଣା ମହେନ୍ଦ୍ର ସିଂହ ଧୋନି କ୍ରିକେଟ୍‌ରୁ ଅବସର ନେବା କଥା ଚର୍ଚ୍ଚାର ବିଷୟ ପାଲଟିଛି। ବୁଧବାର ସେମିଫାଇନାଲରେ ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡଠାରୁ ହାରି ବିଶ୍ୱକପ୍‌ରୁ ବାହାର ହେବାପରେ ଏହା ଆହୁରି ତୀବ୍ର ହୋଇଛି। ତେବେ କ୍ରିକେଟ୍‌ରୁ ଅବସର ନନେବା ପାଇଁ ଧୋନିଙ୍କୁ ଅନୁରୋଧ କରିଛନ୍ତି କଣ୍ଠଶିଳ୍ପୀ ଲତା ମଙ୍ଗେସକର।

ଗୁରୁବାର ଲତା ନିଜ ଟୁଇଟର ପେଜ୍‌ରେ ଏନେଇ ଧୋନିଙ୍କୁ ଏକ ଇମୋସନାଲ ଅପିଲ କରିଛନ୍ତି। ଲତା ଲେଖିଛନ୍ତି, “ଶୁଣିବାକୁ ମିଳୁଛି ଯେ, ଆପଣ କ୍ରିକେଟ୍‌ରୁ ଅବସର ନେବାକୁ ଚାହୁଁଛନ୍ତି। ଦୟାକରି ଏପରି କରନ୍ତୁ ନାହିଁ। ଦେଶକୁ ଆପଣଙ୍କ ଖେଳର ଆବଶ୍ୟକତା ରହିଛି। ମୁଁ ଆପଣଙ୍କୁ ଅନୁରୋଧ କରୁଛି, ଦୟାକରି ବର୍ତ୍ତମାନ କ୍ରିକେଟ୍‌ରୁ ଅବସର ନିଅନ୍ତୁ ନାହିଁ।”

ଗତକାଲି ଟିମ୍‌ ଇଣ୍ଡିଆର ବିଶ୍ୱକପ୍‌ ଅଭିଯାନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ନ୍ୟୁଜିଲାଣ୍ଡଠାରୁ ୧୮ ରନ୍‌ରେ ଭାରତ ହାରିବା ସହ ୨୦୧୯ କ୍ରିକେଟ୍‌ ବିଶ୍ୱକପ୍‌ରୁ ଭାରତ ବିଦା ହୋଇଛି। ଏବେ ଧୋନିଙ୍କ ଅବସରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Comment