ଓଡ଼ିଶାଲାଇଭ୍ ବ୍ୟୁରୋ

 ରାତି ପାହିଲେ ପୁରୀରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ମହାପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ। ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କର ଏହି ବାହୁଡ଼ା ଯାତ୍ରା ଦେଖିବା ପାଇଁ ପୃଥିବୀର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟୁଛି।

ପୁରୀ ଆସିପାରି ନଥିବା ଭକ୍ତଙ୍କ ପାଖରେ ଏହି ବାହୁଡ଼ା ଯାତ୍ରା ପାଇଁ ‘ଓଡ଼ିଶାଲାଇଭ୍’ ପକ୍ଷରୁ ପ୍ରୟାସ କରାଯାଉଛି। ଡିଜିଟାଲ ମିଡିଆ (ମୋବାଇଲ୍ ଫୋନ୍, କମ୍ପ୍ୟୁଟର ଓ ସ୍ମାର୍ଟ ଟିଭି) ମାଧ୍ୟମରେ ଲୋକେ ପୁରୀ ରଥଯାତ୍ରାର ସମ୍ପୂର୍ଣ୍ଣ ଧାରା ବିବରଣୀ ଘରେ ରହି ଦେଖିପାରିବେ।

ବାହୁଡ଼ା ଯାତ୍ରା ଦିନ ଅର୍ଥାତ୍ ୧୨ ଜୁଲାଇ ଶୁକ୍ରବାର ସକାଳ ୮ଟାରୁ ଲାଇଭ୍‌ ଷ୍ଟ୍ରିମିଂ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।

ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲ (www.youtube.com/odishalive) ଏବଂ ଫେସ୍‌ବୁକ୍‌ ପେଜ୍‌ (www.facebook.com/odishalive) ମାଧ୍ୟମରେ ଲୋକେ ପୁରୀରୁ ବାହୁଡ଼ା ଯାତ୍ରାର ସମ୍ପୂର୍ଣ୍ଣ ଧାରାବିବରଣୀ ଦେଖି ପାରିବେ।

ବାହୁଡ଼ାର ପରବର୍ତ୍ତୀ କାର୍ଯ୍ୟକ୍ରମ ହିସାବରେ ୧୩ ଜୁଲାଇ (ଶନିବାର) ସୁନାବେଶ, ୧୪ ଜୁଲାଇ (ରବିବାର) ଅଧରପଣା ଓ ୧୫ ଜୁଲାଇ (ସୋମବାର) ନୀଳାଦ୍ରିବିଜେର ସିଧାପ୍ରସାରଣ ଆପଣମାନେ ଓଡ଼ିଶାଲାଇଭ୍ ୟୁଟ୍ୟୁବ୍‌ ଓ ଫେସ୍‌ବୁକ୍ ମାଧ୍ୟମରେ ଦେଖିବାରିବେ।

ଗତ ୪ ତାରିଖ ଦିନ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଥିଲା। ପୁରୀରୁ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାର ସିଧାପ୍ରସାରଣ ପ୍ରାୟ ୧୩ ଲକ୍ଷରୁ ଅଧିକ ଦର୍ଶକ ଓଡ଼ିଶାଲାଇଭ୍ ଡିଜିଟାଲ ପ୍ଲାଟ୍‌ଫର୍ମରେ ଦେଖିଥିଲେ।

Comment