ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀଗୁଣ୍ଡିଚା ମନ୍ଦିରରୁ ପହଣ୍ଡିରେ ଆସୁଛନ୍ତି କାଳିଆ ଠାକୁର। ବଳଦେବଙ୍କ ପହଣ୍ଡି ପଛକୁ ପଛ ଦେବୀ ସୁଭଦ୍ରାଙ୍କ ପହଣ୍ଡି ତା’ ପଛକୁ କାଳିଆ ସାହାନ୍ତଙ୍କ ପହଣ୍ଡି ଆରମ୍ଭ ହୋଇଛି। ବଡ଼ ଠାକୁରଙ୍କୁ ସେବକମାନେ ରଥକୁ ଆଣୁଛନ୍ତି।

ଶ୍ରୀଜଗନ୍ନାଥଙ୍କୁ ଶରଧାବାଲିରେ ଅପେକ୍ଷା କରି ରହିଛି ନନ୍ଦିଘୋଷ ରଥ।

ମହାପ୍ରଭୁ ଧାଡ଼ି ପହଣ୍ଡିରେ ନାକଚଣା ଦ୍ୱାର ଦେଇ ଶରଧାବାଲିକୁ ଆସିଥା’ନ୍ତି। ମହାପ୍ରଭୁଙ୍କୁ ଦେଖିବା ପାଇଁ ସମୁଦ୍ରବାଲିଠାରୁ ଶରଧାବାଲି ପର୍ଯ୍ୟନ୍ତ ଲାଗି ରହିଛି ଭକ୍ତଙ୍କ ଭିଡ଼।

ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ ସମସ୍ତ ନୀତି ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହୋଇଥିଲା। ପରମ୍ପରା ଅନୁଯାୟୀ ଦ୍ୱାରପାଳ ପୂଜା ସମ୍ପନ୍ନ ହୋଇ ମହାପ୍ରଭୁଙ୍କ ପହଣ୍ଡି ହୋଇଛି।

ପହଣ୍ଡିର ଅନ୍ୟତମ ଆକର୍ଷଣ ହେଉଛି ଘଣ୍ଟୁଆମାନଙ୍କ ପାରମ୍ପରିକ ଘଣ୍ଟୁଆ ନାଦ। ବାହୁଡ଼ା ଯାତ୍ରା ପାଇଁ ଜୋରଦାର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ଦଶ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି।

Comment