ଓଡ଼ିଶାଲାଇଭ ବ୍ୟୁରୋ

ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶନାମା ଜାରି କରିଛି କେନ୍ଦ୍ର ସରକାର। ଏଥିରେ ବିଭିନ୍ନ ରାଜ୍ୟ ସମେତ କେନ୍ଦ୍ରଶାସିତ ଅଞ୍ଚଳକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଡ୍ୟୁଟି ସମୟରେ ଡାକ୍ତର ଓ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି।

ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ସ୍ଵାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ଵିନୀ କୁମାର ଚୁବେ କହିଛନ୍ତି,”ଦେଶରେ ବହୁ ସମୟରେ ଡ୍ୟୁଟିରେ ଥିବା ଡାକ୍ତରମାନଙ୍କୁ ଆକ୍ରମଣ କରାଯାଉଛି। ଏଥିପାଇଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଡାକ୍ତରଙ୍କ ପାଇଁ ଏକ ଆଡଭାଇଜରି ଜାରି କରାଯାଇଛି।”

ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭିଡ଼ ହେଉଥିବାରୁ ଲୋକଙ୍କର ଅସନ୍ତୋଷ ଏହାର ପ୍ରମୁଖ କାରଣ। ଅନେକ ସମୟରେ ରୋଗୀ ମୃତ୍ୟୁ, ବହୁତ ସମୟ ଧରି ଅପେକ୍ଷା କରିବା, ଡାକ୍ତରଙ୍କ ଅବହେଳାକୁ ଦାୟୀ କରି ସାଧାରଣ ଲୋକ ହିଂସାକାଣ୍ଡ ଘଟାଇଥାନ୍ତି। ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ଦୁର୍ବ୍ୟବହାରକୁ ନେଇ ସାରା ଦେଶରେ ଡାକ୍ତର ଆନ୍ଦୋଳନ ତେଜିଥିଲା।

ନିର୍ଦ୍ଦେଶନାମାରେ, ବିଶେଷକରି ୯ଟି ପଏଣ୍ଟ ଉପରେ ଅଧିକ ଗୁରୁତ୍ଵ ଦିଆଯାଇଛି।

  • ସମ୍ଵେଦନଶୀଳ ଡାକ୍ତରଖାନା ଗୁଡ଼ିକରେ ତାଲିମପ୍ରାପ୍ତ ସୁରକ୍ଷାକର୍ମୀ ମୁତୟନ।
  • , ଯେଉଁ ଡାକ୍ତରଖାନାକୁ ଅଧିକ ରୋଗୀ ଆସୁଛନ୍ତି ସେଠାରେ ସିସିଟିଭି ଲଗାଇବା ସହ ଅତ୍ୟାଧୁନିକ ସୁରକ୍ଷା ସାରଞ୍ଜାମ।
  • ୨୪ ଘଣ୍ଟିଆ କ୍ୟୁକି ରିଆକ୍ସନ ଟିମ ମୁତୟନ।
  • ରୋଗୀଙ୍କ ସମ୍ପର୍କୀୟଙ୍କ ଛଡ଼ା ଅନ୍ୟ କହାରି ପ୍ରବେଶ ଉପରେ କଟକଣା।
  • ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କୁ ଦୁର୍ବ୍ୟବହାର କଲେ ଦୁର୍ବ୍ୟବହାରକରୀଙ୍କ ବିରୋଧରେ ଅନୁଷ୍ଠାନ ତରଫରୁ ମାମଲା ରୁଜୁ।
  • ସବୁ ଡାକ୍ତରଖାନା ଓ ପୋଲିସ ଷ୍ଟେସନରେ ଡାକ୍ତରଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ରହିବା।
  • ଚିକିତ୍ସା ବ୍ୟବସ୍ଥା ଉପରେ ନଜର ରଖିବାକୁ ନୋଡାଲ ଅପିସର ନିଯୁକ୍ତି।
  • ଖାଲି ପଡ଼ିଥିବା ଡାକ୍ତର ଓ ଷ୍ଟାଫ ପଦବୀ ତୁରନ୍ତ ପୂରଣ କରାଯିବ।
  • ସହରାଞ୍ଚଳ ଅପେକ୍ଷା ଦୁର୍ଗମ ଅଞ୍ଚଲରେ କାମ କରୁଥିବା ଡାକ୍ତରଙ୍କୁ ଉନ୍ନତ ଭିତ୍ତିଭୂମି ଓ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଯୋଗାଇ ଦେବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ।

Comment