ଓଡ଼ିଶାଲାଇଭ ବ୍ୟୁରୋ

ବଲାଙ୍ଗିର ଜିଲ୍ଲାରେ ରୋଗିଣା ମା’କୁ ନିଜ ପୁଅ ଜିଅନ୍ତା ପୋଡ଼ି ଦେବା ଘଟଣା ମନରୁ ନଲିଭୁଣୁ ଆଜି କଟକରେ ଗୋଟେ ପୁଅ ତା ମା’କୁ ଟାଙ୍ଗିଆରେ ହାଣି ମାରିଦେଇଥିବା ଘଟଣା ସାମ୍ନାକୁ ଆସିଛି। କଟକ ଚୌଦ୍ଵାର ଅଞ୍ଚଳର କଖଡ଼ି ବଜାର ଗୋପିନାଥ ପଡ଼ାରେ ପୁଅର ଟାଙ୍ଗିଆ ଚୋଟରେ ମା’ର ମୃତ୍ୟୁ ଘଟିଛି। ରବିବାର ବିଳମ୍ଵିତ ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ମୃତକ ମହିଳା ଜଣକ ହେଉଛନ୍ତି ସାବି ଦେହୁରୀ। ଅଭିଯୁକ୍ତ ପୁଅର ନା ପ୍ରକାଶ ଦେହୁରୀ ବୋଲି ଜଣାପଡ଼ିଛି।

ସୂଚନାନୁସାରେ, ପୁଅ ମଦ ପିଇ ଘରକୁ ଆସିଥିଲା। ମା ପୁଅର ମଦ ପିଇବାକୁ ନେଇ ତାଗିଦ କରିଥିଲା। ଏହାକୁ ନେଇ ମା’ ପୁଅ ମଧ୍ୟରେ ବଚସା ହୋଇଥିଲା। ଏଥିରେ ପୁଅ ଉତକ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ମା’କୁ ହାଣି ଦେଇଥିଲା। ପରେ ଅଭିଯୁକ୍ତ ପ୍ରକାଶ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଖବର ମିଳିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ଥାନାରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି

Comment