ଓଡ଼ିଶାଲାଇଭ ବ୍ୟୁରୋ

ବିଶ୍ୱକପ୍ ସେମିଫାଇନାଲରୁ ଭାରତୀୟ ଦଳର ବିଦାୟ ପରେ ଦିନିକିଆରେ ନେତୃତ୍ୱ ପରିବର୍ତ୍ତନ କଥା ଚିନ୍ତା କରୁଛି ବିସିସିଆଇ। କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ବାହାର କରି ରୋହିତ ଶର୍ମାଙ୍କୁ ଏହି ଦାୟିତ୍ୱ ଦେବାକୁ ଭାରତୀୟ କ୍ରିକେଟ୍ ବୋର୍ଡ ବିଚାର କରୁଛି।

ଭାରତୀୟ ଦଳ ବ୍ୟାଟିଂ ପାଇଁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ଅଧିକ ନିର୍ଭରଶୀଳ ବୋଲି କ୍ରିକେଟ୍ ବିଶେଷଜ୍ଞମାନେ କହି ସାରିଲେଣି। ତେଣୁ କୋହଲିଙ୍କ ଉପରୁ ଅଧିକ ବୋଝ ହଟାଇ ଦେବା ପାଇଁ ଚାହୁଁଛି ବିସିସିଆଇ।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଆଗାମୀ ବିଶ୍ୱକପ୍‌କୁ ନଜରରେ ରଖି ରୋହିତଙ୍କୁ ଦିନିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯିବ। ଏଥିସହିତ ପୂର୍ବଭଳି କୋହଲି ଟେଷ୍ଟ ଓ ଟି-୨୦ରେ ଦଳର ନେତୃତ୍ୱ ନେବେ।

ଆଗାମୀ ବିଶ୍ୱକପକୁ ନଜରରେ ରଖି ରୋହିତଙ୍କୁ ଏହି ପଦ ଦେବା ସହ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ଯୋଜନା କରୁଛି ବିସିସିଆଇ।

Comment