ଓଡ଼ିଶାଲାଇଭ ବ୍ୟୁରୋ

ବିଶ୍ଵକପ ୨୦୧୯ ଶେଷ ହୋଇଯାଇଛି। ଏହାସହ ଆଇସିସି କ୍ରିକେଟ ତା’ର ନୂଆ ବିଜେତା ପାଇ ସାରିଛି। ରବିବାର ୨୦୧୯ କ୍ରିକେଟ ବିଶ୍ଵକପ ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଇଂଲଣ୍ଡ ପ୍ରଥମଥର ପାଇଁ ବିଶ୍ଵ ଚାମ୍ପିୟନ ହୋଇଛି। ଦୀର୍ଘଦିନ ଧରି ଚାଳିଥିବା ଏହି ଟୁର୍ଣ୍ଣାମେଣ୍ଟରେ ସେମିଫାଇନାଲ ପାଇଁ ଅନେକ କସରତ ଦେଖିବାକୁ ମିଳିଥିଲା। ସଂଘର୍ଷ କରି ମଧ୍ୟ ସେମିଫାଇନାଲରେ ପ୍ରବେଶ କରିପାରିନଥିବା ଟିମ୍ ପାଇଁ ଏହି ମୁହୂର୍ତ୍ତ ଅନେକ କଷ୍ଟଦାୟକ ରହିଥିଲା। ତେବେ ଏଥର ବିଶ୍ଵକପରେ ସେମତି କିଛି ଆଖିରୁ ଲୁହ ଝରାଇଦେବା ଭଳି ଦୃଶ୍ୟ ସମ୍ନାକୁ ଆସିଥିଲା।

ଧୋନି, ରୋହିତ ଓ କ୍ୟାମେରାମ୍ୟାନଙ୍କ ଆଖିରେ ଲୁହ

ଏହି ମ୍ୟାଚରେ ଭାରତ ଶେଷ ସମୟ ପର୍ଯ୍ୟନ୍ତ ସଂଘର୍ଷ ସତ୍ତ୍ଵେ ପରାସ୍ତ ହୋଇଥିଲା। ପ୍ରଥମରୁ ଭାରତ ୫ରନରେ ୩ଓ୍ଵିକେଟ ହରାଇ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା ମାତ୍ର ଧୋନି ଓ ଜାଡେଜା ଲଢୁଆ ବ୍ୟାଟିଂ କରି ମ୍ୟାଚକୁ ବିଜୟପଥରେ ଆଗେଇ ନେଇଥିଲେ। ଗୋଟେ ପଟରେ ଜାଡେଜା ଚମତ୍କାର ପ୍ରଦର୍ଶନ କରୁଥିବା ବେଳେ ଧୋନି ତାଙ୍କୁ ସାହାଯ୍ୟ କରୁଥିଲେ। ୪୭ ଓଭରରେ ଜାଡେଜା ଆଉଟ ହୋଇଯାଇଥିଲେ। ହେଲେ ଧୋନିଙ୍କ ଥିବା ଯାଏ ସମସ୍ତଙ୍କ ଆଶା ତାଙ୍କ ଉପରେ ରହିଥିଲା।

୧୧ ବଲରେ ୩୧ରନ ଦରକାର ହେଉଥିବା ବେଳେ ଧୋନିଙ୍କ ବ୍ୟାଟରୁ ଏକ ଛକା ଦେଖିବାକୁ ମିଲିଥିଲା। ଯାହାକି ସମସ୍ତଙ୍କ ଆତ୍ମବିଶ୍ଵାସ ବଢାଇଥିଲା ହେଲେ ପରବର୍ତ୍ତୀ ବଲରେ ୨ରନ ନେବାକୁ ଯାଇ ରନ ଆଉଟର ଶିକାର ହୋଇଥିଲେ ଧୋନି ଯାହାକି କୋଟି କୋଟି ଭାରତୀୟଙ୍କୁ ନିରାଶ କରିଥିଲା। ଆଉଟ ହେବା ପରେ ଧୋନିଙ୍କ ମୁହଁରେ ନିରାଶା ଦେଖିବାକୁ ମିଳିଥିଲା ଓ ତାଙ୍କ ଆଉଟରେ ହିଟମ୍ୟାନ ରୋହିତ ଶର୍ମା ଓ ଜଣେ କ୍ୟାମେରା ମ୍ୟାନଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା।

କାନ୍ଦି ପକାଇଲେ ବ୍ରାଥଓ୍ଵେଟ୍

ଟି-୨୦ ବିଶ୍ଵକପ ୨୦୧୬ରେ କାର୍ଲୋସ ବ୍ରାଥଓ୍ଵେଟଙ୍କ ଦମଦାର ପ୍ରଦର୍ଶନ ଦଳକୁ ବିଶ୍ଵ ବିଜୟୀ କରାଇଥିଲା। ହେଲେ ଦିନିକିଆ ବିଶ୍ଵକପ ୨୦୧୯ ଦଳ ପାଇଁ ଭଲ ରହିନଥିଲା। ଦଳ ଲିଗ ପର୍ଯ୍ୟାୟରୁ ହିଁ ନିଜ ଯାତ୍ରା ଶେଷ କରିଥିଲା। ନ୍ୟୁଜିଲାଣ୍ଡ ବିପକ୍ଷ ଲିଗ ମ୍ୟାଚରେ ଦଳର ସବୁ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିବା ବେଳେ ବ୍ରାଥଓ୍ଵେଟ ଏକାକି ଲଢେଇ କରି ଦଳକୁ ବିଜୟ ଆଡ଼କୁ ନେଇଥିଲେ। ମାତ୍ର ୪୮ ଓଭରରେ ୧୦୧ରନ କରି ଆଉଟ ହୋଇଯାଇଥିଲେ। ସେତେବେଳେ ଦଳକୁ ବିଜୟ ପାଇଁ ମାତ୍ର ୫ରନ ଆବଶ୍ୟକ ହେଉଥିଲା। ଟିମକୁ ବିଜୟ କରାଇନପାରିବାରୁ ବ୍ରାଥଓ୍ଵେଟ ଗ୍ରାଉଣ୍ଡରେ କାନ୍ଦିପକାଇଥିଲେ। ସେହି ସମୟରେ ସାଥି ଖେଳାଳିମାନେ ତାଙ୍କୁ ସାନ୍ତ୍ଵନା ଦେଇଥିଲେ।

ଗପ୍ଟିଲ ଓ ଓ୍ଵିଲିୟମସନଙ୍କ ଆଖିରେ ଲୁହ

ବିଶ୍ଵକପରେ ସବୁଠାରୁ ସଂଘର୍ଷପୂଣ୍ଣ ମ୍ୟାଚ ଫାଇନାଲରେ ଦେଖିବାକୁ ମିଳିଥିଲା। ଦୁଇ ଦୁଇ ଥର ଟାଇ ହେବା ପରେ ମଧ୍ୟ ନ୍ୟୁଜିଲାଣ୍ଡ ସହ ଭାଗ୍ୟ ସାଥିରେ ରହିନଥିଲା। ୨୪୧ରନ ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ ମଧ୍ୟ ୨୪୧ କରି ଡ୍ର କରିଥିଲା। ଫଳରେ ସୁପରଓଭର ଖେଳ ହୋଇଥିଲା। ସୁପରଓଭରରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୧୫ରନ କରିଥିଲା। ପରେ ନ୍ୟୁଜିଲାଣ୍ଡ ବ୍ୟାଟିଂ କରିବାକୁ ଆସିଥିଲା ହେଲେ ମାର୍ଟିନ ଗପ୍ଟିଲ ରନ ହୋଇଯାଇଥିଲେ। ଆଉଟ ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଗପ୍ଟିଲ। ପରେ ସେହି ମ୍ୟାଚ ମଧ୍ୟ ଡ୍ର ହୋଇଥିଲା। ଆଇସିସି ନିୟମନୁସାରେ ଇଂଲଣ୍ଡ ଅଧିକ ବାଉଣ୍ଡ୍ରି ମାରିଥିବାରୁ ବିଜୟୀ ହୋଇଥିଲା। ଏଥିରେ ପୁରା ନ୍ୟୁଜିଲାଣ୍ଡ ଟିମରେ ନିରାଶା ଦେଖାଯାଇଥିଲା। କ୍ୟାପଟେନ କେନ ଓ୍ଵିଲିୟମଙ୍କସନଙ୍କ ମଧ୍ୟ ବହୁତ ଦୁଃଖିତ ଦେଖାଯାଇଥିଲେ।

Comment