ଓଡ଼ିଶାଲାଇଭ ବ୍ୟୁରୋ

କଟକ ଇନଡୋର ଷ୍ଟାଡିୟମରେ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍‌ ବୁଧବାରଠୁ ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଚାମ୍ପିଅନସିପ୍‌ରେ ଭାଗ ନେବା ପାଇଁ ୱେଲ୍ସ, ସାଉଥ୍ ଆଫ୍ରିକା, ଇଂଲଣ୍ଡ ଟିମ ସୋମବାର ପହଞ୍ଚି ସାରିଛନ୍ତି।

ଆଜି ଘରୋଇ ଘରୋଇ ଟିମ ଭାରତ ଭୁବନେଶ୍ୱରରେ ପହଞ୍ଚିଛି। ଅନ୍ୟ ଦଳ ମଧ୍ୟ ଆଜି ପହଞ୍ଚିବେ।

୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଚାମ୍ପିୟନସିପ୍‌ରେ ୧୪ଟି ଦେଶ ଭାଗ ନେବେ। ଏଥିପାଇଁ ଗତକାଲିଠାରୁ ଅଫଲାଇନରେ ଟିକେଟ ବିକ୍ରି ଆରମ୍ଭ ହୋଇଛି।

ଏହି ଚାମ୍ପିୟନସିପ୍‌ରେ ଭାରତୀୟ ଦଳର ପ୍ରଦର୍ଶନ କିପରି ରହିବ? ଦଳର ଷ୍ଟ୍ରାଟେଜୀ କ’ଣ ରହିବ ସେ ଉପରେ ସମସ୍ତଙ୍କ ନଜର ରହିଛି।

ମୁଖ୍ୟତଃ ଭାରତୀୟ ଟିମ ପାଇଁ ଇଂଲଣ୍ଡ ଚାଲେଞ୍ଜ ହୋଇପାରେ। ହେଲେ ଭାରତ ପାଇଁ ଘରୋଇ ଭେନ୍ୟୁ ହୋଇଥିବାରୁ  ଟିମ୍ ସଫଳ ହେବ ବୋଲି ଆଶା କରାଯାଉଛି।

Comment