ଓଡ଼ିଶାଲାଇଭ ବ୍ୟୁରୋ

ଶ୍ରୀଗୁଣ୍ଡିଚା ଓ ବାହୁଡ଼ାଯାତ୍ରାରେ ଘୁଗୁନି ବିକି ଚର୍ଚ୍ଚାରେ ପଦ୍ମଶ୍ରୀ ଦଳଧର ନାଗ। ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ବରଗଡ଼ ଜିଲ୍ଲା ଘେଁସ ଗାଁରେ ଶ୍ରୀଗୁଣ୍ଡିଚା ଓ ବାହୁଡ଼ାଯାତ୍ରା ଅବସରରେ ଘୁଗୁନି ବିକୁଥିବାର ନଜର ଆସିଥିଲେ ପଦ୍ମଶ୍ରୀ ଦଳଧର ନାଗ।

ଘେଁସ ଗାଁସ୍ଥିତ ବାସଭବନରେ ହଳଧର ନାଗ ତିଆରି କରୁଥିବା ଘୁଗୁନି ଭାରି ସୁଆଦିଆ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଗାଁରେ ତାଙ୍କ ଘୁଗୁନିର ଭାରି ଆଦର ରହିଛି। ଗ୍ରାମବାସୀମାନେ ତାଙ୍କ ଘୁଗୁନିର ମଜା ନେବାକୁ ଏହି ଦିନକୁ ଅପେକ୍ଷା କରିଥାନ୍ତି। ଏହି ଅବସରରେ ସେ ମଧ୍ୟ ଘୁଗୁନି ତିଆରି କରିବାକୁ ତାଙ୍କର ସମସ୍ତ କାର୍ଯ୍ୟକୁ ବନ୍ଦ କରିଦେଇଥିଲେ। ସେ ଏହି ଖାଦ୍ୟରେ ବଟା ମସଲା ଓ ହଳଦୀ ବ୍ୟବହାର କରନ୍ତି। ଯାହାକି ସମସ୍ତଙ୍କ ପ୍ରିୟ ଖାଦ୍ୟ ପାଲଟି ଯାଇଛି।

ପଦ୍ମଶ୍ରୀ ଦଳଧର ନାଗଙ୍କ ଜନ୍ମ ୧୯୫୦ ମାର୍ଚ୍ଚ ୩୧ ବରଗଡ଼ ଜିଲ୍ଲା ଘେଁସ ଗାଁରେ ହୋଇଥିଲା। ୧୦ ବର୍ଷ ବୟସରେ ସେ ତାଙ୍କ ବାପାଙ୍କୁ ହରାଇବା ପରେ ଆଗକୁ ଆଉ ପାଠ ପଢ଼ିପାରି ନଥିଲେ। ପରେ ଏକ ହୋଟେଲରେ ସେ କାମ କରିଥିଲେ। ଶେଷରେ ୧୦୦୦ ଟଙ୍କା କରଜ କରି ଏକ ଦୋକାନ ଖୋଲିଥିଲେ।

ଘୁଗୁନି ବିକି ପେଟ ପୋଷୁଥିବା ବେଳେ କବିତା ଲେଖିବା ଆରମ୍ଭ କରିଥିଲେ। ଏହାସହ ବହୁତ ଜଲଦି ସେ ଜଣେ ଲୋକପ୍ରିୟ କବି ଭାବେ ଓଡ଼ିଶାରେ ପରିଚିତ ହେଲେ। ଏଥିପାଇଁ ତାଙ୍କୁ ୨୦୧୬ରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ।

Comment