ଓଡ଼ିଶାଲାଇଭ୍ ବ୍ୟୁରୋ
କଲରା ସ୍ଵାଦରେ ପିତା ହୋଇଥିଲେ ମଧ୍ୟ ଶରୀର ପାଇଁ ବେଶ୍ ହିତକର। ଅନେକ ରୋଗର ଔଷଧ ରୂପେ ଏହାକୁ ବ୍ୟବହାର କରାଯାଇଥାଏ।
ଏଥିରେ ଭିଟାମିନ୍, ମିନେରାଲ୍, ଫାଇବର୍ ଓ ଆଣ୍ଟିଅକ୍ସିଡାଣ୍ଟ। ଯାହା ଶରୀର ପାଇଁ ବେଶ୍ ଉପଯୋଗୀ ଅଟେ । ୧୦୦ ଗ୍ରାମ୍ କଲରାରେ ୧୩ ମିଲିଗ୍ରାମ୍ ସୋଡିୟମ୍ , ୬୦୨ ଗ୍ରାମ୍ ପୋଟାସିୟମ୍, ୭ ଗ୍ରାମ୍ କୁଲ୍ କାର୍ବୋହାଇଡ୍ରେଟ୍, ୩.୬ଗ୍ରାମ୍ ପ୍ରୋଟିନ୍ ସହିତ ପାଖାପାଖି ୩୪ କ୍ୟାଲୋରୀ ରହିଥାଏ ।
କଲରା ଜୁସ୍ ଶରୀରରେ ଇନ୍ସୁଲିନକୁ ସକ୍ରିୟ କରିଥାଏ ଯାହା ଦ୍ଵାରା ରକ୍ତରେ ଥିବା ସୁଗାର୍ ଫ୍ୟାଟ୍ କମାଇଥାଏ ଓ ଡାଇବେଟିସ୍ ମଧ୍ୟ ନିୟନ୍ତ୍ରଣରେ ରହିଥାଏ ।
କଲରା ଶରୀରରେ କୋଲେଷ୍ଟେରଲ୍ ପରିମାଣକୁ ହ୍ରାସ କରିଥାଏ। ଏହାଦ୍ଵାରା ହୃଦ୍ରୋଗର ଆଶଙ୍କା କମ୍ ହୋଇଥାଏ। ହୃଦୟ ସୁସ୍ଥ ରହିଥାଏ।
କଲରାରେ ଭିଟାମିନ୍ ଏ, ଭିଟାମିନ୍ ବି ଓ ଭିଟାମିନ୍ ସି ରହିଥାଏ ଯାହା କେଶ ପାଇଁ ଉପକାରୀ ଅଟେ।
ବହୁ ସମୟ ଧରି ମୁଣ୍ଡବିନ୍ଧା ହେଉଥିଲେ, କଲରା ପତ୍ରକୁ ବାଟି ମୁଣ୍ଡରେ ଲେପ ଦେବା ଦ୍ଵାରା ମୁଣ୍ଡବିନ୍ଧା କମି ଯାଇଥାଏ ।
ଖଣ୍ଡିଆରେ କଲରା ପତ୍ରକୁ ବାଟି ଗରମ କରି ଲଗାଇଲେ ଖଣ୍ଡିଆ ଶୀଘ୍ର ଭଲ ହୋଇଯାଏ।
କଲରା ଜୁସ୍ ଲିଭର୍ ପାଇଁ ଲାଭଦାୟକ ହୋଇଥାଏ।