ଓଡ଼ିଶାଲାଇଭ ବ୍ୟୁରୋ

ଜୟପୁର ପୋଲିସକୁ ମିଳିଛି ବଡ ସଫଳତା। ଗଞ୍ଜେଇ ଚାଲାଣର ମାଷ୍ଟରମାଇଣ୍ଡ କାବୁଲ ଖରାକୁ ପୋଲିସ ଏନକାଉଣ୍ଟର କରି ଗିରଫ କରିଛି। ଅପରାଧୀ କାବୁଲର ଡାହାଣ ଗୋଡ଼ରେ ଗୁଳି ବାଜିଛି।

କାବୁଲ ଖରାକୁ ଆଜି ଭୋର ୪ଟା ସମୟରେ  ଜୟପୁରସ୍ଥିତ ହାତୀସାଳ ନିକଟରେ କାବୁଲ ଖରାକୁ  କାବୁ କରିବାରେ ସଫଳ ହୋଇଛି ପୋଲିସ। ଏହି ସମୟରେ  ପୋଲିସ ଓ କୁଖ୍ୟାତ ଗଞ୍ଜେଇ ମାଫିଆ ମଧ୍ୟରେ ମୋଟ ୫ ରାଉଣ୍ଡ ଗୁଳି ବିନିମୟ ହୋଇଥିଲା।

ଗୁଳି ବିନିମୟରେ କାବୁଲ ଖରାର ଡାହାଣ ଗୋଡ଼ରେ ଗୁଳି  ବାଜିଥିଲା। ପରେ ପୋଲିସ ତାକୁ କୋରାପୁଟ ଜିଲ୍ଲା ମେଡିକାଲରେ ଭର୍ତି କରିଛି। ବର୍ତମାନ କାବୁଲର ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା କହିଛି ପୋଲିସ।

କାବୁଲ ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ  ୧୦ରୁ ଅଧିକ ଗଞ୍ଜେଇ ଚାଲାଣ ଏବଂ ହତ୍ୟା ଉଦ୍ୟମ ଭଳି ମାମଲା ରହିଥିବା ପୋଲିସ ସୂଚନା ଦେଇଛି। ଅନ୍ୟପଟେ ସେ ରାଜ୍ୟ ବାହାରେ ରହି କୋରାପୁଟ ଜିଲ୍ଲାରେ ଏକ ରାକେଟ ଚଳାଉଥିବା ଜଣାପଡ଼ିଛି।

ଘଟଣସ୍ଥଳରୁ  ୭ ଏମଏମ ପିସ୍ତଲ ସହ ଗୁଳି ଏବଂ କାର ଜବତ ହୋଇଛି।

‘‘କୋରାପୁଟ ଜିଲ୍ଲାରେ ଗଞ୍ଜେଇ ଚାଲାଣ କୁ ବନ୍ଦ କରିବା ପାଇଁ ପୋଲିସ ଜୋରସୋରରେ ଉଦ୍ୟମ ଚଳାଇଛି। ଗଞ୍ଜେଇ ଚାଲାଣରେ ସମ୍ପୃକ୍ତି ଥିବ ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରାଯିବ’’, ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏସଡିପିଓ ସାଗରିକା ନାଥ।

Comment