ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଗାମୀ ରଥଯାତ୍ରାକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବାକୁ ପରାମର୍ଶ ଲୋଡ଼ିଲେ ପୁରୀ ଜିଲ୍ଲାପାଳ।

ଚଳିତ ବର୍ଷ ରଥଯାତ୍ରାରେ ଭକ୍ତମାନଙ୍କୁ ପିଇବା ପାଣି ଯୋଗାଇବା ପାଇଁ ପାଣି ବୋଟଲ ବଣ୍ଟନ କରାଯାଇଥିଲା। ଏହା ଫଳରେ ପୁରୀ ସହରରେ ପ୍ରଦୂଷଣର ମାତ୍ରା ବଢ଼ିଯାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ବର୍ଷ ୨୦୨୦ ରଥଯାତ୍ରାକୁ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଘୋଷଣା କରିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସଂହ।

ଗୁରୁବାର ବଲୱନ୍ତ ସଂହ ଟୁଇଟ୍‌ କରି ସୂଚନା ଦେବା ସହ ଏଥିପାଇଁ ପରାମର୍ଶ ଲୋଡ଼ିଛନ୍ତି। ଟୁଇଟ୍‌ରରେ ବଲୱନ୍ତ ସଂହ କହିଛନ୍ତି, “ଆସନ୍ତା ବର୍ଷ ପୁରୀ ରଥଯାତ୍ରାକୁ ଆମେ ପ୍ଲାଷ୍ଟିକ୍‌ ମୁକ୍ତ କରିବା ପାଇଁ ଯୋଜନା କରୁଛୁ। ସେହିପରି ରଥଯାତ୍ରାରେ କିଭଳି କୋଟି କୋଟି ଭକ୍ତଙ୍କୁ କିପରି ପିଇବା ପାଣି ଯୋଗାଇ ଦିଆଯିବ, ସେନେଇ ଆପଣଙ୍କ ପରାମର୍ଶ କାମନା କରୁଛୁ।”

Balwant Singh Puri Collector
ଫାଇଲ୍ ଫଟୋ

ପୂର୍ବରୁ ରଥଯାତ୍ରାରେ ଭକ୍ତମାନଙ୍କ ପିଇବା ପାଇଁ ପାଣି ପାଉଚ୍‌ ବଣ୍ଟା ଯାଉଥିଲା। ତେବେ ପାଣି ପାଉଚ୍‌ଗୁଡ଼ିକ ବ୍ୟବହାର ଫଳରେ ବଡ଼ଦାଣ୍ଡ ନାଳ ନର୍ଦ୍ଦମା ଜାମ୍‌ ହେଉଥିଲା। ଚଳିତ ବର୍ଷ ପାଣି ପାଉଚ୍‌କୁ ବନ୍ଦ କରାଯାଇ ପାଣି ବୋଟଲ ବଣ୍ଟାଯାଇଥିଲା।

୨୦୨୦ ରଥଯାତ୍ରାକୁ ସମ୍ପୂର୍ଣ୍ଣ ରୂପେ ପ୍ଲାଷ୍ଟିକ୍‌ ମୁକ୍ତ କରିବା ପାଇଁ ପୁରୀ ପ୍ରଶାସନ ଯୋଜନା କରୁଛି। ପାଣି ବୋତଲ ବଦଳରେ କ’ଣ ବ୍ୟବହାର କଲେ ଭଲହେବ, ସେନେଇ ଲୋକମାନଙ୍କ ପରାମର୍ଶ ଲୋଡ଼ିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସଂହ।

Comment