ଓଡ଼ିଶାଲାଇଭ ବ୍ୟୁରୋ

ଗତ ୪ ମାସ ହେବ ଲଗାତାର କ୍ରିକେଟ ଖେଳି ଆସୁଛି ଭାରତୀୟ ଦଳ। ପ୍ରଥମେ ଆଇପିଏଲ ଓ ପରେ ବିଶ୍ଵକପ। ଏହାମଧ୍ୟରେ ଭାରତୀୟ ଦଳକୁ ଆଉ ବିଶ୍ରାମ ମିଳି ପାରିନାହିଁ। ଦଳ ପୁଣି ଆଗାମୀ ସିଜିନ ପାଇଁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବ୍ୟସ୍ତ ରହିବ। ଏହା ମଧ୍ୟରେ ଦଳ ୯ ଟେଷ୍ଟ, ୧୫ ଦିନିକିଆ, ୨୦ ଟି-୨୦ ମ୍ୟାଚ ଖେଳିବ ବୋଲି ସୂଚୀ ପ୍ରକାଶ ପାଇସାରିଛି।

ଆଗାମୀ ଓ୍ଵେଷ୍ଟଇଣ୍ଡିଜ ଗସ୍ତ ପାଇଁ ଦଳ ପ୍ରସ୍ତୁତ ହୋଇସାରିଛି। ଅଗଷ୍ଟ ୩ ତାରିଖରେ ଦଳ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଦଳ ୩ଟି ଟି-୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ ଖେଳିବ।

ଓ୍ଵେଷ୍ଟଇଣ୍ଡିଜ ଗସ୍ତ ପରେ ଦଳ ପୁଣି ଦେଶକୁ ଫେରିବ। ଏଠାରେ ଦକ୍ଷିଣ ଆଫ୍ରିକା, ବାଂଲାଦେଶଷ ଓ୍ଵେଷ୍ଟଇଣ୍ଡିଜ, ଜିମ୍ଵାଓ୍ଵେ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ସିଜିନ ଖେଳିବ। ଦଳ ସେପ୍ଟେମ୍ଵର ୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ପ୍ରଥମେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୩ଟି ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ ଖେଳିବ।

ନଭେମ୍ବର ୬ରୁ ଦଳ ବାଂଲାଦେଶ ବିପକ୍ଷରେ ୩ଟି ଟି-୨୦ ଓ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ। ପରେ ଡିସେମ୍ଵର ୬ରେ ଦଳ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୩ଟି ଟି-୨୦ ଓ ୩ଟି ଦିନିକିଆ ଡିସେମ୍ବର ୨୨ ପର୍ଯ୍ୟନ୍ତ ଖେଳିବ। ପୁଣି ଜାନୁଆରୀ ୫ରୁ ଜିମ୍ଵାଓ୍ଵେ ବିପକ୍ଷରେ ୩ଟି ଟି-୨୦ ଖେଳିବ ଏହାସହ ଜାନୁଆରୀ ୧୪ରୁ ଅଷ୍ଟ୍ରେଲିଆ ବିପକ୍ଷରେ ୩ଟି ଦିନିକିଆ ଖେଳିବ। ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମାର୍ଚ୍ଚ ୧୨ରେ ୩ଟି ଦିନିକିଆ ଖେଳିବାର କାର୍ଯ୍ୟସୂଚୀ ହୋଇଛି।

ଏହି ସିଜିନ ମଧ୍ୟରେ ଭାରତୀୟ ଦଳ ଜାନୁଆରୀ ୨୪ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ। ସେଠାରେ ଦଳ ଜାନୁଆରୀ ୨୪ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତା’ର ପ୍ରଥମ ମ୍ୟାଚ ଖେଳିବ। ଏହି ଅଭିଯାନରେ ଦଳ ୫ଟି ଟି-୨୦, ୩ଟି ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ। ମାର୍ଚ୍ଚ ୪ରେ ମ୍ୟାଚ ଶେଷ ହେବା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ମ୍ୟାଚ ଖେଳିବ।

Comment