ଓଡ଼ିଶାଲାଇଭ ବ୍ୟୁରୋ

ପୁଅ ନଥିବାରୁ ମୃତ୍ୟୁ ବେଳେ ଶବକୁ କାନ୍ଧ ଦେବାକୁ ଆଗେଇ ଆସିଥିଲେ ୩ଝିଅ। ଏପରି ଏକ ଘଟଣା ମାଲକାନଗିରି ଜିଲ୍ଲାରେ ଚର୍ଚ୍ଚା ସୃଷ୍ଟି କରିଛି।

ପୁଅ ହେଲେ ବାପା ମା’ଙ୍କ ଶେଷ ସମୟରେ ମୁହଁରେ ନିଆଁ ଦେବ। ପିତୃପୁରୁଷକୁ ପାଣି ଦେବ। ଆମ ହିନ୍ଦୁ ସମାଜରେ ଏଭଳି ପରମ୍ପରା ରହି ଆସିଛି। ହେଲେ ଏହି ପରମ୍ପରାର ଏକ ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ବାପାଙ୍କ ଶେଷକୃତ୍ୟ ପାଇଁ ପୁଅର ଅଭାବ ରଖିଲେନି ଦୁଇ ଝିଅ। ଶବ କାନ୍ଧେଇବା ସହ ମୁଖାଗ୍ନିବି ଦେଇଥିଲେ। ଯାହାକୁ ନେଇ ବର୍ତ୍ତମାନ ଜିଲ୍ଲା ସାରା ଚର୍ଚ୍ଚା ଚାଲିଛି।

ମାଲକାନଗିରି ସଦର କୁମୁଟିଗୁଡ଼ାରେ ନିଜ ପରିବାର ସହ ରହୁଥିଲେ ସୁଶାନ୍ତ ପଟ୍ଟନାୟକ। ପରିବାର କହିଲେ ପତ୍ନୀ ଓ ଦୁଇ ଝିଅ। ସୁଶାନ୍ତ ବ୍ୟବସାୟ କରି ପରିବାର ଚଳାଉଥିଲେ। ଗତ କିଛିଦିନ ହେବ ଦେହ ଅସୁସ୍ଥ ହେବାରୁ ତାଙ୍କୁ ମାଲକାନଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ ନିଆଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଶବ ଘରକୁ ଆସିବା ପରେ ଘରୋଇ କଳି ଯୋଗୁଁ ପୁତୁରା ଓ ସମ୍ପର୍କିୟମାନେ ମନା କରିଦେଇଥିଲେ ମୁଖାଗ୍ନି ଦେବାକୁ। ତେଣୁ ବାଧ୍ୟ ହୋଇ ତିନି ଝିଅ ସହ କିଛି ସ୍ଥାନୀୟ ଲୋକ ଶବ କାନ୍ଧେଇଥିଲେ। ସାନ ଝିଅ ମୁଖାଗ୍ନି ଦେଇଥିଲେ।

ସମାଜରେ ପୁଅମାନଙ୍କୁ ଶବ କାନ୍ଧେଇବା ଓ ମୁଖାଗ୍ନି ଦେବା ଅଧିକାର ମିଳିଥିଲେ ମଧ୍ୟ ୩ ଭଉଣୀ ଏହି ସବୁ କାମ କରି ବାପାଙ୍କ ଶେଷକୃତ୍ୟ କରି ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।

Comment