ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର ପ୍ରଦେଶର ସୋନଭଦ୍ର ହତ୍ୟାକାଣ୍ଡରେ ପୀଡ଼ିତଙ୍କ ପରିବାରକୁ ଦେଖିବାକୁ ଯାଉଥିବା ବେଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ଅଟକାଇଲା ୟୁପି ପୋଲିସ। ତାଙ୍କୁ ଉତ୍ତରପ୍ରଦେଶ ନାରାୟଣପୁର ପୋଲିସ୍ ଷ୍ଟେସନ ନିକଟରେ ଅଟକାଇଲା ପୋଲିସ। ତାଙ୍କୁ ପୋଲିସ କାହିଁକି ଅଟକାଇଲେ ବୋଲି ପ୍ରଶ୍ନ କରି ପ୍ରିୟଙ୍କା ସେହିଠାରେ ହିଁ ଧାରଣାରେ ବସିଲେ।

କାରଣ ନ ଜାଣିବା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିବେ ବୋଲି ପ୍ରିୟଙ୍କା କହିଛନ୍ତି।

ଘଟଣାସ୍ଥଳରେ ପୋଲିସ ପ୍ରିୟଙ୍କାଙ୍କୁ ଚୁନାର ଗେଷ୍ଟ ହାଉସ ନିଆଗଲା।

ସୋନଭଦ୍ର ଗୁଳିକାଣ୍ଡରେ ୧୦ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮ ଜଣ ଆହତ ହୋଇଥିଲେ। ଏହାପରେ ସେ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି।

LEAVE A REPLY

Please enter your comment!
Please enter your name here