ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଟେବୁଲ ଟେନିସ୍ କୋଚ୍ ବ୍ରେଟ୍‌ କ୍ଲାର୍କଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର।

‘‘ଟେବୁଲ ଟେନିସ୍‌ରେ ଭାରତ ଭଲ ପ୍ରଦର୍ଶନ କରୁଛି। ଖେଳାଳିମାନେ ମଧ୍ୟ ନିଜ କ୍ଷମତା ଅନୁସାରେ ଖେଳୁଛନ୍ତି। ପୂର୍ବରୁ ଖେଳାଳିମାନେ ମଧ୍ୟ ଏହି ସ୍ଥାନରେ ଖେଳି ସାରିଛନ୍ତି। ଏହାସହ ଭାରତ ମାଟିରେ ଜିତିବାକୁ ପଡ଼ିବ। କାରଣ ସମସ୍ତଙ୍କ ନଜର ଭାରତ ଉପରେ ରହିଛି। ଦଳରେ ବହୁ ଖେଳାଳିମାନେ ଅନ୍ତର୍ଜାତୀୟ ରାଙ୍କିଂରେ ରହିଛନ୍ତି। ଖାସ୍ କରି ଜି.ସାଥିଆନ୍, ଶରତ କମଲ୍ ଓ ମନିକା ବାତ୍ରାଙ୍କର ଅନେକ ଅଭିଜ୍ଞତା ରହିଛି। ମୁଁ ମାତ୍ର ୫ମାସ ହେବ କୋଚ୍ ଭାବେ ଦାୟିତ୍ୱ ନେଇଛି। ଖେଳାଳିମାନଙ୍କ ଖେଳିବାର ଶୈଳୀ ମତେ ଚକିତ କରିଛି’’, କହିଛନ୍ତି ଭାରତୀୟ ଟେବୁଲ ଟେନିସ୍ କୋଚ୍ ବ୍ରେଟ୍ କ୍ଲାର୍କ।

କଟକ ଇନଡୋର ଷ୍ଟାଡିୟମରେ ଚାଲିଥିବା ରାଜ୍ୟ ଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନସିପ୍‌ରେ ଭାରତ ବିଜୟ ଅଭିଯାନ ଜାରି ରଖିଛି। ଦଳଗତ ଇଭେଣ୍ଟରେ ଭାରତର ଉଭୟ ପୁରୁଷ ଏବଂ ମହିଳା ଟିମ୍ ଚାମ୍ପଅନ ହେବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ଏହି ଅବସରରେ ଟେବୁଲ ଟେନିସ୍‌ କୋଚ ବ୍ରେଟ କ୍ଲାର୍କଙ୍କୁ ଭେଟିଥିଲେ ଓଡ଼ିଶାଲାଇଭ୍ ପ୍ରତିନିଧି।

ସେ କହିଛନ୍ତି, ‘‘ପ୍ରତ୍ୟେକ ଖେଳାଳିଙ୍କ ଖେଳିବାର ଷ୍ଟାଇଲ୍ ସଂପୂର୍ଣ୍ଣ ଭିନ୍ନ ରହିଛି। ଏହାସହ ଦଳର ପ୍ରସ୍ତୁତି ମଧ୍ୟ ଭଲ ରହିଛି। ଭାରତୀୟ ଖେଳାଳିଙ୍କ ପାଇଁ ପ୍ରତି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ। ତେଣୁ ସମସ୍ତେ ଖେଳ ପାଇଁ ଉଚ୍ଚ ମାନର ପ୍ରସ୍ତୁତି କରିଥାନ୍ତି। ଭାରତ ଟିମରେ ସେମିତି କେହି ସ୍ଥାୟୀ କୋଚ୍ ନିଯୁକ୍ତି ହୋଇନାହାନ୍ତି। ଏହା ଗୋଟିଏ ଦୃଷ୍ଟିରୁ ସେମାନଙ୍କୁ ପ୍ରଭାବତି ମଧ୍ୟ କରୁଛି।’’

ବ୍ରେଟ୍ କ୍ଲାର୍କ ଆହୁରି କହିଛନ୍ତି ଯେ ସବୁ କୋଚଙ୍କ ଖେଳିବା ଢାଞ୍ଚା ଏକପ୍ରକାରର ନଥାଏ। ତେଣୁ ସେମାନେ ଭିନ୍ନ ଭିନ୍ନ ପ୍ରକାରର ଟ୍ରେନିଂ ଦେଇଥାନ୍ତି। ଜଣେ ସ୍ଥାୟୀ କୋଚ୍ ରହିଲେ ହିଁ ଖେଳାଳିମାନଙ୍କ ପାଇଁ ଭଲ।

‘‘ମୁଁ ଭାରତୀୟ ଟେବୁଲ ଟେନିସ୍ ଟିମର କଣ୍ଟ୍ରାକ୍‌ଚୁଆଲ କୋଚ ଭାବେ ଏକ ବର୍ଷ ପାଇଁ ନିଯୁକ୍ତି ପାଇଛି। ଏହି ସମୟ ଭିତରେ ଟମ୍‌କୁ ଆହୁରି ସୁଦୃଢ଼ କରିବାକୁ ଚେଷ୍ଟା କରିବି। କୋଚ ଭାବେ ଦାୟିତ୍ୱ ନେବା ପରେ ଓଡ଼ିଶା ପ୍ରଥମ ଥର ପାଇଁ ଆସିଛି। ଷ୍ଟାଡିୟମଠାରୁ ନେଇ ସମସ୍ତ ପ୍ରକାରର ଆୟୋଜନ ବହୁତ ଭଲ ରହିଛି’’, କହିଛନ୍ତି ବ୍ରେଟ୍ କ୍ଲାର୍କ।

LEAVE A REPLY

Please enter your comment!
Please enter your name here