ଓଡ଼ିଶାଲାଇଭ୍ ବ୍ୟୁରୋ

ପାଟକୁରା ବିଧାନସଭା ଆସନ ପାଇଁ ଆଜି ଭୋଟ ଗ୍ରହଣ ଚାଲିଛି। ଅପରାହ୍ଣ ୩ଟା ସୁଦ୍ଧା ପାଟକୁରାରେ ୬୧ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
କିଛି ବୁଥରେ ଇଭିଏମରେ ତ୍ରୁଟି ଦେଖାଯାଇଥିବାରୁ ମତଦାନ ବିଳମ୍ବ ହୋଇଥିଲା। ଇଭିଏମ ସଜଡ଼ା ହେବା ପରେ ପୁଣି ମତଦାନ ଆରମ୍ଭ ହୋଇଥିଲା। ତେବେ ମତଦାନ ପାଇଁ ବୁଥଗୁଡ଼ିକରେ ଭୋଟରଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା।
ପାଟକୁରାରେ ଆଜି ସକାଳ ୧୧ଟା ସୁଦ୍ଧା ୨୬ ପ୍ରତିଶତ ମତଦାନ ହୋଇଥିବା ବେଳେ ଦିନ ୧ଟା ସୁଦ୍ଧା ୪୨ ପ୍ରତିଶତ ମତଦାନ ହୋଇଥିଲା। ଅପରାହ୍ଣ ୫ ଟା ଯାଏଁ ପାଟକୁରାରେ ମତଦାନ ଜାରି ରହିବ।


















