ଓଡ଼ିଶାଲାଇଭ ବ୍ୟୁରୋ

କୋରାପୁଟରେ ଡେଙ୍ଗୁ ଜ୍ୱର ଆତଙ୍କ ସୃଷ୍ଟି କରିଛି।  ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ରବିବାର ସେମାନଙ୍କ ରକ୍ତ ପରୀକ୍ଷା କରାଯିବାରୁ ଡେଙ୍ଗୁ ହୋଇଥିବା ଜଣାପଡ଼ିଛି।

ଏହି ୫ ରୋଗୀ ହେଲେ ରାଜୁ ହରିଜନ, କାହ୍ନୁ ହରିଜନ, ବିନୋଦ ହରିଜନ, ଲିଙ୍ଗରାଜ ହରିଜନ, ସରୋଜ ହରିଜନ। ଏମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବା କହିଛନ୍ତି ଡାକ୍ତର ସ୍ୱପ୍ନ ସରିତ ସାହୁ।

ଏହାପୂର୍ବରୁ ସେମାନେ ନବରଙ୍ଗପୁର ଜିଲ୍ଲାର ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ସେଠାରେ ଜ୍ୱର ଭଲ ନହେବାରୁ କୋରାପୁଟ ମେଡିକାଲ କଲେଜ ଭେଷଜ ଓ୍ୱାର୍ଡର ତାଙ୍କୁ ଭର୍ତ୍ତି କରାଯାଇଥିଲା।

Comment