ଓଡ଼ିଶାଲାଇଭ ବ୍ୟୁରୋ 

କୋରାପୁଟ ଜିଲ୍ଲା ଡାକ୍ତରଖାନାରେ ଡାକ୍ତର ପଦବୀ ଖାଲି ପଡିଛି। ୬୦ ଡାକ୍ତରଙ୍କ ବଦଳରେ ୩୪ଜଣ ଡାକ୍ତର ବର୍ତ୍ତମାନ ରୋଗୀସେବା କରୁଛନ୍ତି। ୨୬ଟି ଡାକ୍ତର ପଦବୀ ଖାଲି ପଡିଛି। ଏଥି ମଧ୍ୟରୁ ୩୧ଟି ବିଶେଷଜ୍ଞ ମଧ୍ୟରୁ ୧୪ ଜଣ ରହିଥିବା ବେଳେ ୧୭ଟି ଖାଲି ପଡିଛି। ଏନେଇ ବିଧାନସଭାରେ ସୋମବାର ବିଧାୟକ ତାରା ପ୍ରସାଦ ବାହିନୀପତି ଉଦବେଗ ପ୍ରକାଶ କରିଛିନ୍ତି।

ବୋରିଗୁମ୍ମା ବ୍ଲକର କମୁଲି ପିଏଚସି ଅଛି ତାହାକୁ ସିଏଚସି କରିବାକୁ ବାରମ୍ବାର ଦାବି କରିବା ପରେ ମଧ୍ୟ ସରକାର ନିରବ ରହିଛନ୍ତି। କେତେ ଦିନ ମଧ୍ୟରେ ଡାକ୍ତର ପଦବୀ ପୂରଣ ସହ କମୁଲିକୁ ସିଏଚସି ଘୋଷଣା କରିବେ ବିଧାୟକ ବାହିନୀପତିଙ୍କ ପ୍ରଶ୍ନ କରିଥିଲେ।

ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ ଉତ୍ତରରେ କହିଥିଲେ, ”ସରକାରଙ୍କ ନିୟମ ଅନୁଯାୟୀ ପ୍ରସ୍ତାବ ଗୃହିତ କରାଯିବ। କମ ଦିନ ଭିତରେ କୋରାପୁଟ ଜିଲ୍ଲା ଗସ୍ତ କରି ବୈଠକ କରିବୁ। ବିଧାୟକ ମଧ୍ୟ ସେହି ବୈଠକରେ ଉପସ୍ଥିତ ରୁହନ୍ତୁ । ଯାହା ସମସ୍ୟା ରହିଛି ସେଠାରେ ଉପସ୍ଥାପନା କରନ୍ତୁ ନିଶ୍ଚୟ ସମସ୍ୟାର ସମାଧାନ କରାଯିବ।“

Comment