ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ଖାନଦାନୀ ସଫାଖାନା‘ର ଦ୍ୱିତୀୟ ଟ୍ରେଲର ଗତକାଲି ରିଲିଜ ହୋଇଛି। ଟ୍ରେଲରକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି। ଏଥିରେ ସୋନାକ୍ଷୀଙ୍କ ସମେତ ଅଭିନେତା ଅନୁ କପୁର, ରାପ୍‌ର ବାଦଶାହଙ୍କ ଅଭିନୟ ଦେଖିବାକୁ ମିଳିବ।

ଏମାନଙ୍କ ବ୍ୟତୀତ ଫିଲ୍ମରେ ଆଉ ଜଣେ ଚରିତ୍ର ଅଛନ୍ତି ଯିଏ ଘରେ ଘରେ ପରିଚିତ। ସିରିଏଲରେ ଅଭିନୟ କରି ଦର୍ଶକଙ୍କୁ ହସେଇ ହସେଇ ବେଦମ କରିଛନ୍ତି ସେ। ତେବେ ଏହି ଅଭିନେତା ଜଣକ ହେଲେ ପ୍ରିୟାଂଶୁ ଜୋରା।

୨୦୧୪ରେ ଷ୍ଟାରପ୍ଲସରେ ପ୍ରସାରିତ ହୋଇଥିବା ଲୋକପ୍ରିୟ ସିରିଏଲ ‘ତୁ ମେରା ହିରୋ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ପ୍ରିୟାଂଶୁ। ଏଥିରେ ତାଙ୍କ ନାଁ ରହିଥିଲା ଟିଟୁ। ଏହି ସିରିଏଲ ପରେ ତାଙ୍କୁ ଆଉ ଦେଖିବାକୁ ମିଳିନଥିଲା। ସେ ଯାହା ହେଉ କିଛି ଦିନ ବ୍ୟବଧାନ ପରେ ପ୍ରିୟାଂଶୁଙ୍କୁ ଦେଖିବାକୁ ପାଇବେ ଦର୍ଶକ। ‘ଖାନଦାନୀ ସଫାଖାନା’ରେ ସୋନୀକ୍ଷୀଙ୍କ ସହିତ ବଡ଼ ପରଦାରେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇ ଦେବେ।

ଏହି ଫିଲ୍ମ ଅଗଷ୍ଟ ୨ରେ ରିଲିଜ ହେବ। ଶିଳ୍ପୀ ଦାସଗୁପ୍ତା ଏହାର ନିର୍ଦ୍ଦେଶନା ଦେଇଥିଲା ବେଳେ ଟି ସିରିଜ ଏହାର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି। ଏହି ଫିଲ୍ମ ଜରିଆରେ ବାଦଶାହା ବି ଅଭିନୟରେ ଡେବ୍ୟୁ କରିବେ।

Comment