ଓଡ଼ିଶାଲାଇଭ ବ୍ୟୁରୋ

ଅପରାଧିକୁ ଧରିବାକୁ ଯାଇ ପୋଲିସ ବାବୁଙ୍କୁ ହଟାହଟା ହେବାକୁ ପଡ଼ିଛି। ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଅନ୍ତର୍ଗତ କପୁରସିଂ ଗାଁରେ। ସାଦା ପୋଷାକରେ ଅପରାଧିକୁ ଧରିବାକୁ ଯାଇଥିବା ପୋଲିସମାନଙ୍କୁ ଗ୍ରାମବାସୀ ଆକ୍ରମଣ କରିଛିନ୍ତି।

ଜଗତପୁର ଥାନା ଆଇଆଇସି ପ୍ରଦୀପ କୁମାର ନାୟକଙ୍କ ସମେତ ୫ ଜଣ ପୋଲିସ ଆଜି ଜଣେ ଅପରାଧିକୁ ଧରିବାକୁ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କପୁରସିଂ ଗାଁରେ ପହଞ୍ଚିଥିଲେ। ସାଦାପୋଷାକରେ ଥିବାରୁ ପୋଲିସଙ୍କ ଉପରେ ଆକ୍ରମଣ କରିଥିଲେ କିଛି ଲୋକ।

ପୋଲିସଙ୍କୁ ମାଡ଼ ମାରିବା ସହ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଥିଲେ। ଘଟଣା ପରେ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।

Comment