ଓଡ଼ିଶାଲାଇଭ୍ ବ୍ୟୁରୋ

ନିକଟରେ ଭାରତରେ ଲଞ୍ଚ ହୋଇଛି ‘ରିୟଲମି ଏକ୍ସ’ ସ୍ମାର୍ଟଫୋନ୍। ତେବେ ଆଜିଠାରୁ ‘ରିୟଲମି ଏକ୍ସ’ ସ୍ମାର୍ଟଫୋନ୍ର ବିକ୍ରି ଆରମ୍ଭ ହୋଇଛି। ରିୟଲମି ଅଫିସିଆଲ ୱେବସାଇଟ୍ ଏବଂ ଅନ୍ଲାଇନ୍ ଷ୍ଟୋର ଫ୍ଲିପ୍କାର୍ଟରେ ଆଜି ଦିନ ୧୨ଟାରୁ ଏହି ସ୍ମାର୍ଟଫୋନ୍ର ବିକ୍ରି ଆରମ୍ଭ ହୋଇଛି। ରିୟଲମିର ଏହା ହେଉଛି ପ୍ରଥମ ସ୍ମାର୍ଟଫୋନ୍, ଯେଉଁଥିରେ ପପ୍ ଅପ୍ ସେଲ୍ଫି କ୍ୟାମେରା ଦିଆଯାଇଛି।

‘ରିୟଲମି ଏକ୍ସ’ ସ୍ମାର୍ଟଫୋନ୍ର ଦୁଇଟି ଭାରିଏଣ୍ଟ ରହିଛି। ୪ଜିବି ରାମ୍ ଏବଂ ୮ ଜିବି ରାମ୍। ଉଭୟ ସ୍ମାର୍ଟଫୋନ୍ରେ ଇଣ୍ଟର୍ଣ୍ଣାଲ୍ ମେମୋରୀ ୧୨୮ ଜିବି ରହିଛି। ୪ଜିବି ରାମ୍ ଓ ୧୨୮ ଜିବି ରୋମ୍ ବିଶିଷ୍ଟ ମୋବାଇଲ୍ ଫୋନ୍ର ମୁଲ୍ୟ ୧୬,୯୯୯ଟଙ୍କା ରହିଛି। ସେହିପରି ୮ ଜିବି ରାମ୍ ଓ ୧୨୮ ଜିବି ରୋମ୍ ବିଶିଷ୍ଟ ସ୍ମାର୍ଟଫୋନ୍ର ମୂଲ୍ୟ ରହିଛି ୧୯,୯୯୯ ଟଙ୍କା।
ସ୍ପେସିଫିକେସନ
- ୬.୫୩ ଇଞ୍ଚ ବିଶିଷ୍ଟ ଫୁଲ୍ ଏଚ୍ଡି ଡିସପ୍ଲେ
- ଅକ୍ଟାକୋର କ୍ୱାଲକମ୍ ସ୍ନାପଡ୍ରାଗନ ୭୧୦ ପ୍ରୋସେସର
- ଡୁଅଲ୍ ରିୟର କ୍ୟାମେରା(୪୮+୫) ମେଗାପିକ୍ସେଲ
- ୧୬ ମେଗାପିକ୍ସେଲ ବିଶିଷ୍ଟ ପପ୍-ଅପ୍ ସେଲ୍ଫି କ୍ୟାମେରା
- ୩୭୬୫ ଏମ୍ଏଚ୍ ବ୍ୟାଟେରୀ


















