ଓଡ଼ିଶାଲାଇଭ ବ୍ୟୁରୋ    

ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ସ୍କୁଲ ଶିକ୍ଷକ। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ମୁଣ୍ଡାଗୁଡ଼ା ସ୍କୁଲର ଶିକ୍ଷକ ସୁବ୍ରତ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟବହିର୍ବୁତ୍ତ ସମ୍ପତ୍ତି ଠୁଳ ମାମଲାରେ କୋରାପୁଟ ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ନିର୍ଦ୍ଦେଶରେ ଏହି ଚଢ଼ାଉ କରାଯାଇଛି।

ଏକାଥରେ ଛଅଟି ସ୍ଥାନରେ କୋରାପୁଟ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ସୁବ୍ରତଙ୍କ ନବରଙ୍ଗପୁର ସହରସ୍ଥିତ ଏଚଡିଏଫସି ବ୍ୟାଙ୍କ ନିକଟସ୍ଥ ଘର, ଆରକେ କୋଲେନି, ସନ୍ତୋଷୀ କମ୍ପ୍ୟୁଟର ସେଣ୍ଟର, ରଙ୍ଗମାଟି ଗୁଡାସ୍ଥିତ ଘର, ନବରଙ୍ଗପୁର ନୂଆବନ୍ଦ ସାହି ରାସ୍ତା ନିକଟସ୍ଥ ଘରେ ଚଢାଉ କରି ବହୁ ମୂଲ୍ୟବାନ ଜମି, ଜାଗା କାଗଜ ପତ୍ର ଓ ବ୍ୟାଙ୍କ ଖାତା ଜବତ କରାଯାଇଛି।

ପ୍ରାୟ ୪ କୋଟିରୁ ଉର୍ଦ୍ଧ ସମ୍ପତ୍ତିର ଆକଳନ କରାଯାଉଛି କିନ୍ତୁ ସମସ୍ତ ପ୍ରକାର ତଦନ୍ତ ପରେ ପ୍ରକୃତ ସମ୍ପତ୍ତିର ଆକଳନ ଜଣାପଡ଼ିବ ବୋଲି ରାୟଗଡ଼ା ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ଵାଳ ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ ନବରଙ୍ଗପୁର ଭିଜିଲାନ୍ସ ବିଭାଗ ସମେତ କୋରାପୁଟ ଓ ରାୟଗଡ଼ା ଭିଜିଲାନ୍ସ ବିଭାଗ ଅଧିକାରୀମାନେ ସାମିଲ ହୋଇଥିଲେ।

Comment