ଓଡ଼ିଶାଲାଇଭ ବ୍ୟୁରୋ

ବ୍ରିଟେନ କ୍ୟାବିନେଟରେ ଭାରତୀୟ ମନ୍ତ୍ରୀ। ନବବିର୍ନାଚିତ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ କ୍ୟାବିନେଟରେ ସ୍ଥାନ ପାଇଛନ୍ତି ଭାରତୀୟ ମୂଳ ବାସୀନ୍ଦା ପ୍ରୀତି ପଟେଲ।  ଗତକାଲି ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିବା ବରେ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ ବୋରିସ୍। ବୋରିସ ପ୍ରୀତି ପଟେଲଙ୍କୁ ଗୃହମନ୍ତ୍ରୀ ଭାବେ ଗୁରୁ ଦାୟିତ୍ୱ ଦେଇଛନ୍ତି।

ପ୍ରଥମ ଥର ପାଇଁ କୌଣସି ଭାରତୀୟ ବଂଶଜଙ୍କୁ ଇଂଲଣ୍ଡ ସରକାରରେ ଏତେ ବଡ଼ ଦାୟିତ୍ୱ ମିଳିଛି।

ପ୍ରଥମ ଥର ୨୦୧୦ରେ ପ୍ରୀତି ବେଟହମର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୧୫ ଓ ୨୦୧୭ରେ ମଧ୍ୟ ସେ ଏହି ଆସନରୁ ଜିତିଥିଲେ।

ପ୍ରୀତିଙ୍କର ଜନ୍ମ ଇଂଲଣ୍ଡରେ ହୋଇଥିଲେ ମଧ୍ୟ ତାଙ୍କ ପରିବାର ଗୁଜୁରାଟ ବାସୀନ୍ଦା। ପ୍ରୀତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଣେ ବଡ଼ ପ୍ରଂଶସକ।

Comment